୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

July 02, 2020, ଓଡ଼ିଶା, , Anupambharat News Bureau


 ୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ
Anupambharat News Bureau
July 02, 2020

ଭୁୁବନେଶ୍ୱର, ୨ା୭(ଅନୁପମ ମିଡିଆ): ଆଗାମୀ ୧୩ ତାରିଖ ଠାରୁ କଲେଜ ପିଲାଙ୍କର ଅନଲାଇନ କ୍ଲାସ ଆରମ୍ଭ ହେବ । ଏଥି ନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।ପିଲା ମାନେ ଅତ୍ୟାଧୁନିକ ଆଣ୍ଡ୍ରୋଏଡ଼୍‌ ମୋବାଇଲ୍‌ରେ ସୋସିଆଲ୍‌ ମିଡ଼ିଆ ପ୍ଲାଟ୍‌ ଫର୍ମ ଭାବରେ ପରିଚିତ ହ୍ୱାଟସ ଆପରେ ପଢିବେ । ମେଲରେ ଶିକ୍ଷକ ମାନେ ନୋଟସ ଦେବେ । ହ୍ୱାଟସ ଆପରେ ପିଲା ମାନଙ୍କର ଗ୍ରୁପ ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୩୨ ଜଣ ପର୍ଯ୍ୟନ୍ତ ଗୋଟିଏ ଗ୍ରୁପ୍‌ରେ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଅନଲାଇନ କ୍ଲାସରେ ଉପସ୍ଥାନ ସଂପୃକ୍ତ ଶିକ୍ଷକ ମାନେ ନେବେ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପିଲା ମାନଙ୍କ ପାଇଁ ୨ରୁ ୩ ଘଣ୍ଟା ଯାଏ ପଢା ହେବ । ସପ୍ତାହରେ ତିନି ଦିନ କ୍ଲାସ ହେବ । ଗୁଗଲ ମିଟ, ଜୁମ ଓ ସ୍କାଇପ ଜରିଆରେ ଅନଲାଇନ ପାଠପଢା ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page