ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

July 15, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା
Anupambharat News Bureau
July 15, 2020

ଭୁବନେଶ୍ୱର,୧୫ା୭(ଅନୁପମ ମିଡ଼ିଆ):ରାଜ୍ୟରେ ବୁଧବାର ୨୦ ଜିଲ୍ଲାରୁ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦,୦୦୦ ଟପିଛି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ ୧୦, ୪୭୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ଏହି ସୂଚନା ଦେଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୦ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୮୪, କେନ୍ଦୁଝର ଜିଲ୍ଲାରୁ ୪୮, ଗଜପତି ଜିଲ୍ଲାରୁ ୩୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧, ଖୋର୍ଦ୍ଧା ଜିଲ୍ଲାରୁ ୨୮, ନୟାଗଡ଼ ଜିଲ୍ଲାରୁ ୨୫, ଯାଜପୁର ଜିଲ୍ଲାରୁ ୨୦, ମୟୁରଭଞ୍ଜ ଜିଲ୍ଲାରୁ ୧୫, କଟକ ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୧୦, ବରଗଡ଼ ଜିଲ୍ଲାରୁ ଛ’, ପୁରୀ ଜିଲ୍ଲାରୁ ଛ’, ବଲାଙ୍ଗୀର ଜିଲ୍ଲାରୁ ପାଞ୍ଚ, କେନ୍ଦ୍ରାପଡ଼ା ଜିଲ୍ଲାରୁ ତିନି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ଦୁଇ ଲେଖାଏଁ ଏବଂ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର

ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର

Read More...

୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page