ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର

July 17, 2020, ଦେଶ, , Anupambharat News Bureau


ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର
Anupambharat News Bureau
July 17, 2020

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜନସାଧାରଣଙ୍କ ଜୀବନ ବିପଦରେ କାରଣ ଏବେ ସିଜନ୍‌ ବଦଳିଲା ପ୍ରତ୍ୟେକ ବ୍ୟକ୍ତି ବିଶେଷ ତଥା ଛୋଟ ଛୋଟ ପିଲାମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ଏପଟେ ମେଡିକାଲ୍‌ ଗଲେ ଡ଼ାକ୍ତର ଦେଖୁନାହାଁନ୍ତି ଓ ଅନ୍ୟପଟେ ମେଡିକାଲ୍‌ ଷ୍ଟୋର୍‌ ଔଷଧ ଦେଉ ନାହାଁନ୍ତି । କରୋନା ପାଇଁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଏବେ ଦେଶରେ ଲୋକଙ୍କ ଜୀବନ ସଙ୍କଟାପନ୍ନ ରହିଛି । ଉଲ୍ଲେଖଥାଉକି ଭାରତ କରୋନ ଯୋଗୁଁ ପ୍ରତ୍ୟେକ ଲୋକଙ୍କୁ ଟେଷ୍ଟ କରିବାକୁ ବାଧ୍ୟ କରାଯାଉଛି ।
ଏପରିକି ପ୍ରତ୍ୟେକ କରୋନା ଟେଷ୍ଟିଙ୍ଗ କରାଯାଉଛି । ସୂଚନାଯେ, ଆମେରିକା ପରେ ଭାରତରେ ହିଁ ସର୍ବାଧିକ କରୋନା ଟେଷ୍ଟ ହୋଇଛି । ଭାରତରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଟେଷ୍ଟ୍‌ ହୋଇଛି । ଏନେଇ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାରେ ପ୍ରାୟ ୩୫ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧,୩୮୦୦୦ରୁ ଅଧିକ ପ୍ରାଣ ହରାଇଲେଣି । ସେହିପରି ବିଶ୍ୱରେ ଏକ କୋଟିରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ୫ ଲକ୍ଷ ୮୬ ହଜାର ପ୍ରାଣ ହରାଇଲେଣି । ଆମେରିକାରେ ୪କୋଟି ଟେଷ୍ଟ ହୋଇଛି ।
ଭାରତରେ ମଧ୍ୟ ଏକ କୋଟି ୨୦ ଲକ୍ଷରୁ ଅଧିକ ଟେଷ୍ଟ୍‌ ହେଲାଣି । ଏହି ଦୁଇ ଦେଶ ହିଁ ଟେଷ୍ଟ କରିବାରେ ଅନ୍ୟ ଦେଶଠୁ ଆଗରେ ରହିଥିବା ହ୍ୱାଇଟ୍‌ ହାଉସ୍‌ ସଚିବ କହିଛନ୍ତି ଛଏହାସହ ଭାରତକୁ ପ୍ରଶଂସା ମଧ୍ୟ କରିଛନ୍ତି । ହ୍ୱାଇଟ ହାଉସ୍‌ ସଚିବ କହିଛନ୍ତି ଯେ, ଆମେରିକାରେ ୪ କୋଟି ୨୦ ଲକ୍ଷ ଟେଷ୍ଟ୍‌ ହୋଇସାରିଛି । ଯାହା ଅନ୍ୟ ଦେଶ ତୁଳନାରେ ଅଧିକ । ଏହାପରେ ଭାରତର ସ୍ଥାନ ରହିଛି । ଶୁକ୍ରବାର ହ୍ୱ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏବାବଦରେ ସୂଚନା ଦିଆଯାଇଛି । ଭାରତରେ ଏବେ ମୋଟ ପଜିଟିଭ୍‌ କେସ୍‌ ସଂଖ୍ୟା ୧୦,୦୩,୮୩୨ରେ ପହଁଚିଥିବା ବେଳେ ଏହା ମଧ୍ୟରୁ ୩,୪୨,୪୭୩ଟି ସକ୍ରିୟ କେସ୍‌ ରହିଛି । ସେହିପରି ୬,୩୫,୭୫୭ଜଣ ସୁସ୍ଥ ହୋଇଛନ୍ତି । ତେବେ ୨୫ ହଜାରରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ୨୨ ହଜାର, ୮୩୪ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି । ମଧ୍ୟପ୍ରଦେଶରେ ନୂଆ ୭୩୫ଟ ମାମଲା ଆସିଥିବା ବେଳେ ଏଠାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୦,୩୭୮ରେ ପହଁଚିଛି । ମହାରାଷ୍ଟ୍ରରେ ନୂଆ ୮୬୪୧ଟି ମାମଲା ଆସିଥିବା ବେଳେ ତାମିଲନାଡୁରେ ୪୫୪୯, କର୍ଣ୍ଣାଟକରେ ୪୧୬୯, ଆନ୍ଧ୍ରପ୍ରଦେଶରେ ୨୫୯୩ଟି ମାମଲା ସାମ୍ନାକୁ ଆସିଛି । ସୁସ୍ଥ ହେବା ପରେ ପରେ ମଧ୍ୟ ପୁଣି ଥରେ ସଂକ୍ରମିତ ହେଉଛନ୍ତି କରୋନା ଆକ୍ରାନ୍ତ ।
ଦିଲ୍ଲୀ ଗୌତମବୁଦ୍ଧ ନଗରର ଜଣେ ଡାକ୍ତରଙ୍କଠାରେ ଏହା ଦେଖିବାକୁ ମିଳିଛି । ସୂଚନାନୁସାରେ, ଏହି ଡାକ୍ତରଜଣଙ୍କ ଗତ ମେ ୧୫ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ମେ ୩୦ ତାରିଖରେ ଘରକୁ ଫେରିଥିଲେ । ତାଙ୍କର କରୋନା ଟେଷ୍ଟ ଦୁଇଥର ନେଗେଟିଭ୍‌ ଆସିଥିଲା । କି;ୁ ସୁସ୍ଥ ହେବାର ୨ ସପ୍ତାହ ପରେ ତାଙ୍କୁ ଚିଡାପଣ ଲାଗିଥିଲା । ତେବେ ଅନ୍ୟ କୌଣସି କରୋନା ଲକ୍ଷଣ ତାଙ୍କ ଶରୀରରେ ଦେଖାଯାଇନଥିଲା । ଏହାଜାଣିବା ପରେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ।
ଏଥିରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପରେ ଜୁଲାଇ ଦ୍ୱିତୀୟ ଥର ଲ୍ୟାବ୍‌ ଟେଷ୍ଟରେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ଥର କରୋନା ହେବାର ସମ୍ଭାବନା କମ୍‌ । କାରଣ ଥରେ କରୋନାରୁ ସୁସ୍ଥ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଏହି ମାମଲାରେ ବୋଧହୁଏ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ତେଣୁ ତାଙ୍କଠାରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ ଦେଖିଲା ଭାରତୀୟ ପାରା କମାଣ୍ଡୋଙ୍କ ଶକ୍ତି

ଚୀନ ଦେଖିଲା ଭାରତୀୟ ପାରା କମାଣ୍ଡୋଙ୍କ ଶକ୍ତି

Read More...

ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page