ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

May 18, 2019, ଓଡ଼ିଶା, , Anupambharat News Bureau


ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
Anupambharat News Bureau
May 18, 2019

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ନିକଟସ୍ଥ ହଳଦିଆପଦର ଗ୍ରାମରେ ୨୦୧୪ ମେ’ ୧୪ ତାରିଖ ରାତିରେ ଜନୈକା ନାବାଳିକାକୁ ଘରୁ ଉଠାଇନେଇ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜି ଜିଲ୍ଲା ଦୌରାଜଜ୍‌ ବିଭୂପ୍ରସାଦ ରାଉତରାୟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୪ ମଇ ୧୪ ତାରିଖ ରାତିରେ ହଳଦିଆପଦର ଗ୍ରାମର ଜଣେ ନାବାଳିକାକୁ ଘରେ ଶୋଇଥିବାବେଳେ ସେହି ଗ୍ରାମର ନିଜ ବାପାଙ୍କୁ ହତ୍ୟାକରି ଖଲାସ ହେବା ପରେ ଗ୍ରାମକୁ ଫେରିଥିବା ବିଜୟ ମହାରଣା ଘରେ ପଶି ନାବାଳିକାକୁ ଜବଦସ୍ତ ଉଠାଇନେଇ ଦୁଷ୍କର୍ମ କରିଥିବା ଏବଂ ପରେ ନାବାଳିକାକୁ ହତ୍ୟା କରି ଫେରାର୍‌ ହୋଇଯାଇଥିଲା । ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ତତ୍କାଳୀନ ଗୋଳନ୍ଥରା ଏସ୍‌ଆଇ ପୁରୁଷୋତ୍ତମ ସ୍ୱାଇଁ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତକୁ ଦୀର୍ଘ ୧ମାସ ପରେ ପୁରୀରୁ ଗିରଫ କରି କୋର୍ଟଚାଲାଣ ସହ ତାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା । ଉକ୍ତ ଚାର୍ଜସିଟ୍‌କୁ ଭିତ୍ତିକରି ମାମଲାର ଶୁଣାଣି ଦୀର୍ଘ ୫ବର୍ଷ ଧରି ଚାଲିବା ପରେ ଆଜି ଜିଲ୍ଲା ଦୌରାଜଜ୍‌ ବିଭୂପ୍ରସାଦ ରାଉତରାୟ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୧୦ ହଜାର ଟଙ୍କା ଜୋରିମାନ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଜିଲ୍ଲା ପବ୍ଲିକ୍‌ ପ୍ରସିକୁ୍ୟଟର୍‌ ଅଜିତ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

Read More...

ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page