ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

May 18, 2019, ଓଡ଼ିଶା, , Anupambharat News Bureau


ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ
Anupambharat News Bureau
May 18, 2019

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ସାଉଥ୍‌କୋର ଜଣେ ଲାଇନ୍‌ମ୍ୟାନ୍‌ଙ୍କୁ ବଦଳି ପାଇଁ ୧୫ ହଜାର ଟଙ୍କା ଲାଞ୍ଚଦାବି କରି ନେବାବେଳେ ସାଉଥ୍‌କୋର ଖଲ୍ଲିକୋଟ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି ।
ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ୱାଇଁଙ୍କ ସୂଚନାନୁଯାୟୀ, ଖଲ୍ଲିକୋଟ ବିଦୁ୍ୟତ୍‌ ସେକ୍ସନ୍‌ର ଲାଇନ୍‌ମ୍ୟାନ୍‌ (ସି) ବିବେକାନନ୍ଦ ନାୟକ ଅନ୍ୟତ୍ର ବଦଳି ପାଇଁ ଆବେଦନ କରିଥିବା ଏବଂ ଉକ୍ତ ବଦଳି ଆବେଦନକୁ ମଞ୍ଜୁରୀ ପାଇଁ ଖଲ୍ଲିକୋଟସ୍ଥିତ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଏବଂ ଉକ୍ତ ଦାବିନେଇ ଲାଇନମ୍ୟାନ୍‌ ଜଣକ ବ୍ରହ୍ମପୁର ଭିଜିଲାନ୍ସ ଅଫିସ୍‌ରେ ଏକ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପାଇ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ସାନ୍ତନୁ କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ୍‌ ସହକାରୀ ଯନ୍ତ୍ରୀଙ୍କ ଅଫିସ ଓ କେଶପୁର ସ୍ଥିତ ଭଡ଼ାଘରେ ଚଢ଼ଉ କରିଥିବାବେଳେ ଯନ୍ତ୍ରୀ ଜଣକ ଲାଞ୍ଚ ଅର୍ଥ ନିଜ ବାସଭବନରେ ନନେଇ ଅଭିଯୋଗକାରୀ ଲାଇନ୍‌ମ୍ୟାନ୍‌କୁ ନିଜ ବାଇକ୍‌ରେ ବସାଇ ଖଲ୍ଲିକୋଟ ଅଭିମୁଖେ ଯାଉଥିଲେ ।
ଉକ୍ତ ସମୟରେ ଭିଜିଲାନ୍ସ ଟିମ୍‌ ବି ତାଙ୍କୁ ପିଛା କରୁଥିବାବେଳେ ଯନ୍ତ୍ରୀ ଜଣକ କେଶପୁର-ଖଲ୍ଲିକୋଟ ଜାତୀୟରାଜପଥରେ ବାଇକ୍‌କୁ ରଖି ଲାଇନମ୍ୟାନ୍‌ଙ୍କ ଠାରୁ ଲାଞ୍ଚ ଅର୍ଥ ନେଇଥିଲେ । ଉକ୍ତ ସମୟରେ ତାଙ୍କୁ ପିଛା କରୁଥିବା ଭିଜିଲାନ୍ସ ଟିମ୍‌ ତୁରନ୍ତ ଯନ୍ତ୍ରୀଙ୍କୁ ଧରି ଲାଞ୍ଚ ଅର୍ଥ ଜବତ କରିଥିବା ଏବଂ ପରେ ତାଙ୍କ ଖଲ୍ଲିକୋଟସ୍ଥିତ ଅଫିସ୍‌ ଓ କେଶପୁରସ୍ଥିତ ବାସଭବନରେ ଖାନ୍‌ତଲାସ କରିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଂଶୁଘାତ: ଦିନକରେ ପାଞ୍ଚ ମୃତ

ଅଂଶୁଘାତ: ଦିନକରେ ପାଞ୍ଚ ମୃତ

Read More...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page