ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

July 22, 2020, ଦେଶ, , Anupambharat News Bureau


ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ
Anupambharat News Bureau
July 22, 2020


ନୂଆଦିଲ୍ଲୀ: ରାଜସ୍ଥାନ ଭରତପୁର ଜିଲ୍ଲା ରାଜା ମାନ ସିଂହଙ୍କ ନକଲି ଏନକାଉଣ୍ଟର ମାମଲାର ଆଜି ଶୁଣାଣି ହୋଇଛି । ମଧୁରା ଜିଲ୍ଲା ନ୍ୟାୟାଳୟ ମାମଲାର ଶୁଣାଣି କରିଛନ୍ତି । ଅଦାଲତ ସମସ୍ତ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଧାରା ୧୪୮, ୧୪୯ ୩୦୨ ଅନୁସାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି ।ଧାରା ୧୪୮ ଅନୁସାରେ ୨ ବର୍ଷ କାରାବାସ ଓ ଏକ ହଜାର ଟଙ୍କା ଜରିମାନା ଲଗାଯାଇଛି ।
ଧାରା ୧୪୯ ଓ ଧାରା ୩୦୨ ଅନୁସାରେ ସମସ୍ତ ୧୧ ପୋଲିସକର୍ମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି । ଏହି ଏନକାଉଣ୍ଟର ନକଲି ଥିଲା ବୋଲି କୋର୍ଟ କହିଛନ୍ତି ।ଏହି ଏନକାଉଣ୍ଟରରେ ରାଜାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦୀର୍ଘ ୩୫ ବର୍ଷ ପରେ ରାଜା ମାନ ସିଂହଙ୍କ ପରିବାରକୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ସଦସ୍ୟ ଖୁସି ଅଛନ୍ତି । ସେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ମାନ ସିଂହଙ୍କ ପରିବାର କହିଛି ବିଳମ୍ବରେ ହେଉ ପଛେ କି;ୁ ନ୍ୟାୟ ମିଳିଲା । ଅପରପକ୍ଷରେ ପୋଲିସ ପକ୍ଷରୁ ଲଢ଼ୁଥିବା ଓକିଲ କହିଛନ୍ତି ଯେ ସେ ଏହି ମାମଲାକୁ ନେଇ ହାଇକୋର୍ଟ ଯିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ବନ୍ୟା ବିଭୀଷିକା

ଦେଶରେ ବନ୍ୟା ବିଭୀଷିକା

Read More...

ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page