ଦେଶରେ ବନ୍ୟା ବିଭୀଷିକା

July 22, 2020, ଦେଶ, , Anupambharat News Bureau


ଦେଶରେ ବନ୍ୟା ବିଭୀଷିକା
Anupambharat News Bureau
July 22, 2020

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଅନ୍ୟ ପଟେ ବନ୍ୟା ବିଭୀଷିକା ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇଛି । ଆସାମ, ବିହାର ସମେତ ଦେଶର ଏକ ଡର୍ଜନରୁ ଅଧିକ ରାଜ୍ୟ ବନ୍ୟାଘେରରେ ରହିଛି । ଚୀନରୁ ଆସୁଥିବା ବ୍ରହ୍ମପୁତ୍ର ନଦୀ ଆସାମରେ,ନେପାଳରୁ ଆସୁଥିବା କୋସି-ଗଣ୍ଡକ ଭଳି ନଦୀ ବିହାରରେ ଭୀଷଣ ତାଣ୍ଡବ ସୃଷ୍ଟି କରିଛି । ଲକ୍ଷ ଲକ୍ଷ ଲୋକେ ବାସହରା ହୋଇଯାଇଛନ୍ତି । ହଜାର ହଜାର ଲୋକ ଜୀବନ ହାରିଛନ୍ତି ଏବଂ ଚାଷଜମି ମଧ୍ୟ ଉଜୁଡ଼ି ଯାଇଛି ।
ଉତ୍ତରାଖଣ୍ଡ-ହିମାଚଳ ଏବଂ ପୂର୍ବୋତ୍ତରର କେତେକ ରାଜ୍ୟରେ ଭୂ-Õଳନ ଏବଂ ବାଦଲ ଫାଟିବା ଘଟଣାରେ ମଧ୍ୟ ଲୋକଙ୍କର ଅନେକ କ୍ଷତି ହୋଇଛି । ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ବିହାର,ଆସାମ ବ୍ୟତୀତ ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ, କେରଳ, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ଼, ହିମାଚଳ, ଝାଡ଼ଖଣ୍ଡ, ମଣିପୁର, ରାଜସ୍ଥାନ, ସିMିମ୍‌, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ନିଯୁକ୍ତ ହୋଇଛନ୍ତି । ଯେଉଁ ନଦୀଗୁଡ଼ିକ ନିଜ ଆଖପାଖର ଅଞ୍ଚଳରେ ଖୁସିର କାରଣ ହୋଇଥାଏ ତାହା ହିଁ ନିଜ ଆଖପାଖର ଅଞ୍ଚଳରେ ବିପତ୍ତିର କାରଣ ହୋଇଥାଏ ।
(୧) ବ୍ରହ୍ମପୁତ୍ର ନଦୀ : ଚୀନରୁ ବାହାରିଥିବା ବ୍ରହ୍ମପୁତ୍ର ନଦୀ ବିଶ୍ୱର ନବମ ସବୁଠୁ ଅଧିକ ଲମ୍ବା ନଦୀ । ଆସାମ ନୁହେଁ, ବ୍ରହ୍ମପୁତ୍ରର ତାଣ୍ଡବ ଅରୁଣାଚଳ ପ୍ରଦେଶ ଏବଂ ବାଙ୍ଗଲାଦେଶର କେତେକ ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଛି । ବ୍ରହ୍ମପୁତ୍ର ନଦୀ ପ୍ରତିବର୍ଷ ଆସାମରେ ବିପତ୍ତିର କାରଣ ହୋଇଥାଏ । ଏବର୍ଷ ମଧ୍ୟ ଆସାମରେ ବ୍ରହ୍ମପୁତ୍ରର ପାଣି ବନ୍ୟା ରଚିଛି । ଆସାମର ୩୩ରୁ ୨୬ଟି ଜିଲ୍ଲା ବନ୍ୟା ଘେରରେ ରହିଛି । ୪୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ୩୦୦ଟି ଆଶ୍ରୟକେନ୍ଦ୍ରରେ ଶରଣ ନେଇଛନ୍ତି । ରାସ୍ତ-ଘର ସବୁ ଧ୍ୱଂସ ହୋଇଯାଇଛି । ଖାସ୍‌ କରି ଧେମୋଜୀ, ଜୋରହାଟ, ମଜୁଳୀ, ଶିବସାଗର ଏବଂ ଡିବ୍ରୃଗଡ଼ ଜିଲ୍ଲାରେ ବନ୍ୟା ଅବସ୍ଥା ଗୁରୁତର ରହିଛି । (୨) କୋସି ନଦୀ: କୋସି ନଦୀକୁ ବିହାରର ଅଭିଶାପ ଏପରି କୁହାଯାଇନଥାଏ । ପ୍ରତିବର୍ଷ କୋସି ନଦୀ ଲାଗିଥିବା ଯୋଗୁଁ ଅନେକ ଜିଲ୍ଲାରେ ଭୀଷଣ ବନ୍ୟା ଆସିଥାଏ ଏବଂ ସବୁ କିଛି ବୋହି ନେଇ ଯାଇଥାଏ । ଏଥର ମଧ୍ୟ କୋସି ନଦୀରେ ହୋଇଥିବା ମୁଖ୍ୟ ତଟବନ୍ଧ ସୁପୌଲର ଅନେକ ସ୍ଥାନରେ ଭାଙ୍ଗିଯାଇଛି । (୩) ଗଣ୍ଡକ ନଦୀ: ନେପାଳରୁ ଆସିଥିବା ଗଣ୍ଡକ ଏବଂ ବୁଢ଼ୀ ଗଣ୍ଡକ ଆଦି ପ୍ରମୁଖ ନଦୀ । ଏହି ନଦୀ ଯୋଗୁଁ ବିହାରର ୬ଟି ଜିଲ୍ଲାରେ ବନ୍ୟା ଅବସ୍ଥା ଦେଖା ଦେଇଛି । ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ମୁଜାଫରପୁର, ବୈଶାଳୀ ଏବଂ ସାରଣ ଜିଲ୍ଲାର କେତେକ ଅଞ୍ଚଳ ବନ୍ୟାଘେରରେ ରହିଛି ।
(୪) ବାଗମତୀ ନଦୀ: ନେପାଳରୁ ବାହାରିଥିବା ବାଗମତୀ ନଦୀ ଉତ୍ତର ବିହାରର କେତେକ ଜିଲ୍ଲାରେ ତାଣ୍ଡବ ମଚାଇଛି । ସୀତାମଢ଼ୀ, ମୁଜାଫରପୁର, ଦରଭଙ୍ଗା, ମଧୁବନି ଜିଲ୍ଲାର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବିହାରରେ ଏହି ନଦୀର ଲମ୍ବ ୩୯୪କିଲୋମିଟର । ଏହାର ଶାଖା ନଦୀ ହେଉଛି- ବିଷ୍ଣୁମତି, ଲଖନଦେଈ, ଲାଲ ବକେୟା, ଚକନାହା, ଜମୁନେ, ସିପରୀଧାର, ଛୋଟି ବାଗମତୀ ଏବଂ କୋଲା ନଦୀ । (୫) ଗୋମତୀ ନଦୀ : ଗୋମତୀ ଉତ୍ତର ପ୍ରଦେଶରେ ବୋହୁଥିବା ଏକ ପ୍ରମୁଖ ନଦୀଛ ଏହାର ଉଦଗମ ପିଲିଭୀତ ଜିଲ୍ଲାର ତହସିଲ ମାଧୌଟାଣ୍ଡା ପାଖରେ ଫୁଲହର ହ୍ରଦରୁ ହୋଇଥାଏ । ପ୍ରବଳ ବର୍ଷା ଯୋଗୁଁ ଗୋମତୀ ସମେତ କେତେକ ନଦୀରେ ପାଣି ଭରି ଯାଇଛି । (୬) ନର୍ମଦା : ନର୍ମଦା ନଦୀରେ ପ୍ରବଳ ପାଣି ଯୋଗୁଁ ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କେତେକ ଅଞ୍ଚଳରେ ପ୍ରତି ବର୍ଷ ବନ୍ୟା ହୋଇଥାଏ । ଏହା ଗୋଦାବରୀ ନଦୀ ଏବଂ କୃଷ୍ଣା ନଦୀ ପରେ ଭାରତରେ ବୋହୁଥିବା ତୃତୀୟ ସବୁଠୁ ଲମ୍ବା ନଦୀ । ମଧ୍ୟପ୍ରଦେଶରେ ଏହାର ବିଶାଳ ଯୋଗଦାନ କାରଣରୁ ଏହାକୁ ମଧ୍ୟପ୍ରଦେଶର ଜୀବନ ରେଖା ମଧ୍ୟ କୁହାଯାଇଥାଏ । (୭) ଗୋଦାବରୀ : ଗୋଦାବରୀ ନଦୀ ମହାରାଷ୍ଟ୍ର,ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ବୋହି ରାଜମୁନ୍ଦ୍ରି ସହର ନିକଟରେ ବଙ୍ଗୋପସାଗରରେ ମିଶିଥାଏ । ଏହାର ଉପନଦୀରେ ପ୍ରମୁଖ ହେଉଛି ପ୍ରାଣହିତା, ଇନ୍ଦ୍ରାବତୀ, ମଞ୍ଜିରା । ଗତ ବର୍ଷ ଗୋଦାବରୀ ନଦୀରେ ଆସିଥିବା ବନ୍ୟାରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ନାସିକର କେତେକ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା ।
(୮) ଦାମୋଦର : ଦାମୋଦର ନଦୀ ପଶ୍ଚିମ ବଙ୍ଗ ଏବଂ ଝାଡ଼ଖଣ୍ଡରେ ବୋହୁଥିବା ଏକ ମୁଖ୍ୟ ନଦୀ । ଏହି ନଦୀ ଛୋଟନାଗପୁରର ପାହାଡ଼ରୁ ୬୧୦ମିଟର ଉଚ୍ଚରୁ ବାହାରିଥାଏ, ଯାହା ପାଖାପାଖି ୨୯୦କିମିର ଯାତ୍ରା ଝାଡ଼ଖଣ୍ଡରେ କରିଥାଏଛ ଏହା ପରେ ପଶ୍ଚିମ ବଙ୍ଗରେ ପ୍ରବେଶ କରି ୨୪୦କିମି ଯାତ୍ରା କରିଥାଏ । ହୁଗୁଳି ନଦୀ ସମୁଦ୍ରରେ ଖସିବାର ପୂର୍ବରୁ ଏହା ସେଥିରେ ମିଶିଥାଏ । ଝାଡ଼ଖଣ୍ଡରେ ଏବେ ଦାମୋଦର ପାଣି ଫୁଲିଛି । ଜୁଲାଇରେ ନଦୀର ଜଳସ୍ତର ୫ବର୍ଷର ରେକର୍ଡ଼ ଭାଙ୍ଗିଛି । (୯) ଗଙ୍ଗା : ଉତ୍ତର ଭାରତର ଜୀବନରେଖା କୁହାଯାଉଥିବା ଗଙ୍ଗା ନଦୀର ପାଣି ଏବେ ତ ସ୍ଥିର ରହିଛି କି;ୁ କେତେକ ସ୍ଥାନରେ ବର୍ଦ୍ଧିତ ଜଳସ୍ତର ଚିନ୍ତା ବଢ଼ାଉଛି ।
ଗଙ୍ଗା ଭାରତର ଜାତୀୟ ନଦୀ । ଏହା ଭାରତ ଏବଂ ବାଙ୍ଗଲାଦେଶରେ ସବୁ ମିଶାଇ ୨୫୨୫କିଲୋମିଟର ଦୂରତାରେ ରହିଥାଏ । (୧୦) କାବେରୀ : କାବେରୀ କର୍ଣ୍ଣାଟକ ତଥା ଉତ୍ତର ତାମିଲନାଡ଼ୁରେ ବୋହୁଥିବା ନଦୀ । ଏହା ପଶ୍ଚିମଘାଟ ପର୍ବତ ବ୍ରହ୍ମଗିରିରୁ ବାହାରିଛି । ଏହାର ଲମ୍ବ ପ୍ରାୟ ୮୦୦କିଲୋମିଟର । ଦକ୍ଷିଣ ପୂର୍ବରେ ପ୍ରବାହିତ ହୋଇ କାବେରୀ ନଦୀ ବଙ୍ଗୋପସାଗରରେ ମିଶିଥାଏ । ସିମସା,ହିମାବତୀ,ଭବାନୀ ଏହାର ଉପନଦୀ । ଗତ ବର୍ଷ କାବେରୀର ଜଳସ୍ତର ବଢ଼ିବା ଦ୍ୱାରା କୋଡ଼ଗୁ,ମୈସୁରୁ,ମଣ୍ଡ୍ୟା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପା, ମା’ ଓ ପୁଅକୁ ହତ୍ୟା

ବାପା, ମା’ ଓ ପୁଅକୁ ହତ୍ୟା

Read More...

ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page