ବାପା, ମା’ ଓ ପୁଅକୁ ହତ୍ୟା

July 23, 2020, ଓଡ଼ିଶା, , Anupambharat News Bureau


ବାପା, ମା’ ଓ ପୁଅକୁ ହତ୍ୟା
Anupambharat News Bureau
July 23, 2020

ସୋନପୁର, ୨୩ ।୭(ଅନୁପମ ମିଡ଼ିଆ): ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗାଁର ଗୁଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଏବଂ ପୁଅ ଶିବ ଭୋଇ (୨୫)ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ସମସ୍ତଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୋଟିଏ ପରିବାରର ତିନି ଜଣକୁ ହତ୍ୟା କରିବାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସିଲାଟି ଗ୍ରାମରେ ବାସ କରୁଥିବା ବାପ, ମାଁ ,ସମେତ ପୁଅକୁ ହତ୍ୟାକରି କେହି ଦୁର୍ବୃତ୍ତ ଖସି ପଳାଇଥିବା ବେଳେ ପୁଅର ମୃତଦେହ ଘର ବାହାରେ ପଡିରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳକୁ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟାକାଣ୍ଡର ଅଧିକ ତଦନ୍ତ କରୁଛି । ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ, ତେବେ ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମୃତ ଗୁଲୁ ଭୋଇଙ୍କ ବଡଭାଇଙ୍କ କହିବା ଅନୁସାରେ ତାଙ୍କ ଜ୍ୱାଇଁ ପପୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।
ଏ ନେଇ ପପୁ ବିଭିନ୍ନ ସମୟରେ ଆଗରୁ ହତ୍ୟା ଧମକ ଦେଇଆସୁଥିଲା ବୋଲି ମୃତକଙ୍କ ବଡଭାଇ କହିଛନ୍ତି । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରିବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଦଦନ୍ତ ପରେ ପ୍ରକୃତ ସତ୍ୟା ସତ୍ୟ ଘଟଣା ପଦାକୁ ଆସିବ ବୋଲି ପୋଲିସ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

Read More...

ଦେଶରେ ବନ୍ୟା ବିଭୀଷିକା

ଦେଶରେ ବନ୍ୟା ବିଭୀଷିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page