ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

July 23, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌
Anupambharat News Bureau
July 23, 2020

ବ୍ରହ୍ମପୁର, ୨୩ା୭ (ଅନୁପମ ମିଡିଆ): ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୫୪୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍‌ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୯୦୨ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୬୩୬୨ । ଗତକାଲି ମଧ୍ୟ ଗଞ୍ଜାମ ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୩୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ନୂଆ ଚିହ୍ନଟ ୫୪୦ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୨୭୫୪ ରେ ପହଞ୍ଚିଛି । ଅଦ୍ୟାବଧି ୪୦୭୬ ଜଣ ସୁସ୍ଥ ହେଲେଣି । ସେହିପରି ଆଜି ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି । ମୃତ ମହିଳାଙ୍କ ବୟସ ୫୧ । ସେ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ମୃତ ଅନ୍ୟ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୧, ୬୩, ୬୯, ୫୭ । ୫୭ ବର୍ଷିୟ ମୃତକ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ଥିଲେ । ଅନ୍ୟ ତିନି ମୃତକ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୬୭ ରେ ପହଞ୍ଚିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଲକ୍‌ ଡାଉନ୍‌ ଜାରୀ ରହିଛି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ଏହି କଟକଣା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ

କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ

Read More...

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page