କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ

July 23, 2020, ଦେଶ, , Anupambharat News Bureau


କରୋନା ସଂକ୍ରମଣର ମୁଖ୍ୟ କାରଣ, ମନୁଷ୍ୟ ଦେହରେ ଭିଟାମିନ୍‌ ଅଭାବ
Anupambharat News Bureau
July 23, 2020

ନୂଆଦିଲ୍ଲୀ: କିଛି ଦେଶରେ କରୋନା ରୋଗୀ ଏବଂ ମୃତକଙ୍କ ସଂଖ୍ୟା ଅତ୍ୟନ୍ତ କମ୍‌ । କିଛି ଦେଶ ତ ଏପରି ରହିଛି ଯେଉଁଠାରେ ଭିଟାମିନ୍‌-ଡି ଯୋଗୁଁ କରୋନା ସଂକ୍ରମଣ ଦୁର୍ବଳ ହୋଇଯାଇଥିଲା । ଯେଉଁ ଦେଶରେ ଭିଟାମିନ୍‌-ଡି ର ଅଭାବ ଥିଲା ସେଠାରେ କରୋନାର ମାମଲା ଜୋରସୋରରେ ବଢ଼ିଛି ।
ନରେୱ, ଡେନମାର୍କ, ଫିନଲାଣ୍ଡ, ସ୍ୱିଡେନ ଏପରି ଦେଶ ଯେଉଁଠାରେ ଭିଟାମିନ୍‌-ଡି ଲୋକଙ୍କ ରକ୍ଷା କବଚ ହୋଇଛି । ଏହି ଭିଟାମିନ୍‌ ଯୋଗୁଁ କରୋନା ଭାଇରସର ସଂକ୍ରମଣ କମିଛି ଏବଂ ଲୋକ କମ୍‌ ଅସୁସ୍ଥ ହୋଇଛନ୍ତି । ଏହି ଦେଶରେ ଅଧିକ ମୃତ୍ୟୁ ମଧ୍ୟ ହୋଇନାହିଁ । କାରଣ ଏଠାରେ ଲୋକଙ୍କ ଶରୀରରେ ଭିଟାମିନ୍‌-ଡିର ମାତ୍ରା ପର୍ଯ୍ୟାପ୍ତ ରହିଛି । ଏହି ସୂଚନା ୟୁରୋପୀୟ ବୈଜ୍ଞାନିକଙ୍କ ଏକ ଟିମର ଅଧ୍ୟୟନ ପରେ ସାମନାକୁ ଆସିଥିଲା । ଏହି ଟିମର ବୈଜ୍ଞାନିକଙ୍କ ଦାବି ରହିଛି ଯେ ସେହି ୟୁରୋପୀୟ ଦେଶ କରୋନା ସଂକ୍ରମଣର ଅଧିକ ଶିକାର ହୋଇଛି ଯେଉଁଠାରେ ଲୋକଙ୍କଠାରେ ଭିଟାମିନ୍‌-ଡି ଅଭାବ ଥିଲା । ଭିଟାମିନ୍‌-ଡି କମ୍‌ ଥିବା ଦେଶଗୁଡ଼ିକ ହେଲା ସ୍ପେନ୍‌,ଫ୍ରାନ୍ସ,ଇଟାଲୀ ଏବଂ ବ୍ରିଟେନ୍‌ ସେହିପରି ଆମେରିକା,ଭାରତ ଏବଂ ଚୀନର ଲୋକଙ୍କଠାରେ ମଧ୍ୟ ଭିଟାମିନ୍‌-ଡିର ଅଭାବ ପରିଲକ୍ଷିତ ହୋଇଥାଏ ।
ଏଥିପାଇଁ ଏହିସବୁ ଦେଶରେ କରୋନା ଭାଇରସ୍‌ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ଭିଟାମିନ୍‌-ଡି ଅଭାବ ଥିବା ଏହି ଦେଶଗୁଡ଼ିକରେ କରୋନା ଭାଇରସର ସଂକ୍ରମଣ ଜୋର ସୋରରେ ବ୍ୟାପିଥିଲା । ବୈଜ୍ଞାନିକମାନେ ଏହି ୟୁରୋପୀୟ ଲୋକଙ୍କ ଶରୀରରେ ଭିଟାମିନ୍‌-ଡିର ଅଧ୍ୟୟନ କରିବା ପାଇଁ ୧୯୯୯ମସିହାରୁ ଡାଟା ବାହାର କରି ସେଗୁଡ଼ିକର ସମୀକ୍ଷା କରିଥିଲେ । ଭିଟାମିନ୍‌-ଡିର ଅଭାବ ସବୁଠୁ ଅଧିକ ଏସୀୟ ଦେଶ ଏବଂ କୃଷ୍ଣକାୟ ଦେଶର ଲୋକଙ୍କଠାରେ ଜଣା ପଡ଼ିଥିଲା ଯେଉଁମାନଙ୍କର ବ୍ରିଟେନ୍‌ ଏବଂ ଆମେରିକାରେ ବହୁତ ଅଧିକ ମୃତ୍ୟୁ ହୋଇଛି ।
ନୋବେଲ ଫାଉଣ୍ଡେସନ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି । ୬୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନୋବେଲ ପୁରସ୍କାର ସମାରୋହ ପାରମ୍ପରିକ ଭାବେ ଅନୁଷ୍ଠିତ ନ ହୋଇ ସ୍ଥଗିତ ରଖାଯାଇଛି । ଏହା ପୂର୍ବରୁ ୧୯୫୬ ମସିହାରେ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ ରଖ ଯାଇଥିଲା । ନୋବେଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲର୍ସ ହେକେନଷ୍ଟେନ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । କରୋନା ପରିସ୍ଥିତିରେ ୧୩୦୦ ଲୋକଙ୍କୁ ଏକାଠି କରିବା ସମ୍ଭବ ନୁହେଁ କରୋନା ଯୋଗୁଁ ନୋବେଲ ବିଜେତାଙ୍କୁ ସ୍ୱିଡେନ୍‌ ଯାତ୍ରା କରିବା ଅସୁବିଧା ହେବ କିଭଳି ସମ୍ମାନ ସମାରୋହ ଆୟୋଜିତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ଅନ୍ୟ ବର୍ଷ ଠାରୁ ସମ୍ପୂର୍ଣ ଭିନ୍ନ ସମସ୍ତଙ୍କୁ ସମ୍ପୂର୍ଣ ଭାବେ ନୂଆ ପରିସ୍ଥିତିକୁ ସ୍ୱୀକାର କରିବାକୁ ହେବ ବୋଲି ସେ କହିଛନ୍ତି । ଷ୍ଟକହୋମ ସିଟି ହଲରେ ସମାରୋହ ସମୟରେ ବିଜେତା, ସ୍ୱିଡ଼େନର ରାଜ ପରିବାର ଓ ପାଖାପାଖି ୧୩୦୦ ଅତିଥିଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରାଯାଇଥାଏ । ଓସ୍ଲୋରେ ସମ୍ମାନିତ କରିବାକୁଥିବା ଶାନ୍ତି ପୁରସ୍କାର ବିଜେତାଙ୍କୁ ମଧ୍ୟ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରାଯାଇଥାଏ । ମେଡ଼ିସିନ, ଫିଜିକ୍ସ, କେମିଷ୍ଟ୍ରି, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ର କ୍ଷେତ୍ରରେ ଅକେଫାବର ୫ ରୁ ୧୨ ତାରିଖ ମଧ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥାଏ ।
ବିଜେତାଙ୍କୁ ଡିସେମ୍ବର ମାସରେ ଷ୍ଟକହୋମରେ ନୋବେଲ ପୁରସ୍କାର ସହ ସମ୍ମାନିତ କରାଯାଇଥାଏ । କି;ୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଉଭୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ନୂଆ ତାରିଖ କେବେ ଘୋଷଣା ହେବ ତାହା ସ୍ପଷ୍ଟ ହୋଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Read More...

ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page