ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ

July 23, 2020, ଦେଶ, , Anupambharat News Bureau


ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ
Anupambharat News Bureau
July 23, 2020

ରତଲାମ: ମଧ୍ୟପ୍ରଦେଶ ରତଲାମ ଜିଲ୍ଲା ମାଲ୍ୟା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହା ଅମାନବିକତାର ପରିଚୟ ଦେଇଛି । ଦୁଇ ଦୁର୍ବୁତ୍ତ ଜଣେ ମହିଳା ଓ ତାଙ୍କ ୩ ବର୍ଷର ଶିଶୁକୁ ଅପହରଣ କରିନେଇଥଲେ । ଦୁଇ ଦୁର୍ବୁତ୍ତ ମା ଝିଅଙ୍କୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ । ଶିଶୁ ପେଟରେ କପଡା ବାନ୍ଧି ପାଟିରେ ଫେବିକ ୍ୱିକ ମାରି ବୁଦା ଭିତରକୁ ଫୋପାଡ଼ିଦେଲେ ଏହାପରେ ଦୁର୍ବୁତ୍ତ ମହିଳାଙ୍କୁ ନେଇ ଫେରାର ହେଇଯାଉଥିଲେ । ଘଟଣା ମଙ୍ଗଳବାର ସକାଳ ୮ଟା ସମୟର କିଛି ଯୁବକ ଗାଈ ଚରାଇବାକୁ ଜଙ୍ଗଲରେ ରେଳ ଧାରଣା ଆଡକୁ ଯାଉଥିଲେ ।
ସେଠାରେ ସେମାନେ ଏକ ଶିଶୁକୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ । ଶିଶୁର ହାତ ଓ ପେଟରେ କପଡା ବନ୍ଧା ଯାଇଥିଲା । ସେମାନେ ଗାଁ ଚୌକିଦାରଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଚୌକିଦାର ଗାଁର କିଛି ଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଗାଁଲୋକେ ତୁରନ୍ତ ୧୦୦ କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଗ୍ରାମୀଣଙ୍କ ସାହାଯ୍ୟରେ ଶିଶୁକୁ ହସ୍ପିଟାଲ ନିଆଯାଇଥିଲା ।
ହସ୍ପିଟାଲରେ ଶିଶୁର ଚିକିତ୍ସା ପରେ ତାର ଜୀବନ ବଞ୍ଚିଯାଇଥିଲା । କିଛି ବାଟ ଆଗକୁ ଯିବାପରେ ରେଳ ଧାରଣା ନିକଟରେ ଜଣେ ମହିଳା ଓ ଦୁଇ ଯୁବକ ଦୌଡିଥିବା ଦେଖିବାକୁ ମିଳିଥିଲା । ଚୌକିଦାର ଓ ଗାଁଲୋକେ ପୋଲିସକୁ ସୂଚନା ଦେଇଥିଲେ । କି;ୁ ସ୍ଥାନୀୟ ପୋଲିସ ମାମଲାକୁ ଅଫଜଲପୁର ଥାନାକୁ ହସ୍ତାନ୍ତର କରିଥିଲେ । ପୋଲିସ ମହିଳାଙ୍କୁ ନେଇ ପଳାଉଥିବା ଯୁବକଙ୍କୁ ଗିରଫ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

Read More...

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page