ନୂଆଦିଲ୍ଲୀ: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି, ତାହା ନୁହେଁ , ସନାତନ ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି । ଏମିତିକି ଜଗନ୍ନାଥଙ୍କ ପ୍ରତିଟି ପର୍ବପର୍ବାଣୀକୁ ସେଠାରେ ରହୁଥିବା ଏହି ଜଗନ୍ନାଥ ପ୍ରେମୀମାନେ ପାଳନ କରିଥାନ୍ତି, ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ।
ୟୁକେରେ ବର୍ତ୍ତମାନ ୮ଲକ୍ଷରୁ ଅଧିକ ହିନ୍ଦୁ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରେମୀଙ୍କ ସଂଖ୍ୟା ଢେର୍ ବେଶୀ । ତେବେ ବ୍ରିଟେନ୍ରେ ରହୁଥିବା କିଛି ଜଗନ୍ନାଥ ପ୍ରେମୀଙ୍କ ଅନୁଯାୟୀ, ସେଠାରେ ରହୁଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଗୋଟିଏ ଗଛ ତଳେ ଆଣିବାକୁ ପ୍ରୟାସ ଜାରି ରହିଛି । ଏହି ଲକ୍ଷ୍ୟରେ ବ୍ରିଟେନ୍ରେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କରାଯାଇଛି । ସେମାନଙ୍କ ମତରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ବା ‘ସେବା’ କହିଲେ ଅନେକ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ବ୍ରିଟେନରେ ରହୁଥିବା ଏହି ଜଗନ୍ନାଥ ପ୍ରେମୀମାନେ ଭାରତର ବିଭିନ୍ନ ରାଜ୍ୟ ଯଥା ଓଡିଶା, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ ଭଳି ସ୍ଥାନରୁ ଆସିଛନ୍ତି । ସେମାନଙ୍କ ଅନୁସାରେ ଧର୍ମର ପୃଷ୍ଠଭୂମି ସହ ଆମେ ଭାରତୀୟ ପରମ୍ପରା, ଭାବନା ଓ ସଂସ୍କୃତି ଭିତ୍ତିକ ମୂଳଦୂଆ ସହିତ ଦୃଢ ଭାବେ ରହିଛୁ । ବ୍ରିଟେନ୍ରେ ପ୍ରାୟ ୮ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଏକ ବୃହତ ଅଂଶ ଶ୍ରୀ ଜଗନ୍ନାଥଙ୍କ ଅନୁଗାମୀ ଏବଂ ଭକ୍ତ ବିଭିନ୍ନ ପ୍ରାନ୍ତରେ ରହିଛନ୍ତି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପର୍ବ ମଧ୍ୟ ବ୍ରିଟେନର ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକୃତ ଭାବେ କରାଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ବିନା ଏଠାରେ ମହାପ୍ରଭୁଙ୍କ ପରମ୍ପରା ଧାର୍ମିକ ଭାବନାର ସହ ପାଳନ କରାଯାଉଛି । ତେଣୁ ଏହି ଭାବନା ତଥା ଦୃଷ୍ଟିକୁ ଅଧିକ ସୁଦୃଢ କରିବା ପାଇଁ ବ୍ରିଟେନରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବାକୁ ଏକ ଯୋଜନା ଏବେ ପ୍ରସ୍ତୁତ ହୋଇ ବାସ୍ତବତା ଆଡକୁ ଚାଲିଛି ।
‘ଶ୍ରୀ ଜଗନ୍ନାଥ ମନ୍ଦିର ୟୁକେ’ ନାମରେ ଏକ ସଂଗଠନ ବା ଜଗନ୍ନାଥ ପ୍ରେମୀଙ୍କ ଏକ ଅନୁଷ୍ଠାନ ଏଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି । ସମାଜ ପ୍ରତି ହିନ୍ଦୁ (ସନାତନ ଧର୍ମ) ନୀତି ଆଧାରରେ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ତଥା ଶାରୀରିକ ବିକାଶର ପ୍ରଚାର ପାଇଁ ଏହା କେନ୍ଦ୍ର ହେବ । ଏହାଦ୍ୱାରା ବ୍ରିଟେନ୍ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ପ୍ରସାରିତ କରାଯାଇପାରିବ । ଏହି ମହତ୍ୱକାର୍ଯ୍ୟରେ ସହଯୋଗ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଉଦ୍ୟୋଗ ପକ୍ଷରୁ ସହଯୋଗର ହାତ ବଢାଯାଇଛି ।