କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

July 24, 2020, ଓଡ଼ିଶା, , Anupambharat News Bureau


କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ
Anupambharat News Bureau
July 24, 2020

ଭୁବନେଶ୍ୱର, ୨୪ା୭(ଅନୁପମ ମିଡ଼ିଆ): କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏହିଭଳି ୫୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର କୃଷି ଭବନରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇବା ସମ୍ପର୍କରେ କୃଷି ସଚିବ ସୂଚନା ଦେଇ କହିଥିଲେ ଯେ ମୋଟ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ କେବଳ ୨ ପ୍ରତିଶତ ଅର୍ଥାତ୍‌ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇସାରିଛି । କିଛି ହିତାଧିକାରୀ ନିଜ ଆଡୁ କାଳିଆ ଟଙ୍କା ଫେରାଇ ଦେଇଥିବା ବେଳେ ଅନ୍ୟମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି । ଏହି ଟଙ୍କା ଫେରାଇବାକୁ ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଛି । ସେମାନେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ କହିଛନ୍ତି ।ଅନ୍ୟପକ୍ଷରେ କାଳିଆ ଟଙ୍କା ଫେରସ୍ତ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରିବା ବଦଳରେ ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ବା ଟଙ୍କା ଦେଇଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିସହ ସେ ଶାସକ ଦଳର ନେତାଙ୍କ ଇଙ୍ଗିତରେ ହିତାଧିକାରୀ ଚୟନ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିପରି ବିଜେପିର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, କେବଳ ଅଯୋଗ୍ୟ ହିତାଧିକାରୀ ନୁହେଁ, ଟଙ୍କା ପାଇ ନ ଥିବା କିଛି ଚାଷୀଙ୍କ ପାଖକୁ ମଧ୍ୟ ନୋଟିସ୍‌ ଯାଇଛି । ଅଯୋଗ୍ୟଙ୍କୁ ଟଙ୍କା ନେଇ ଗଡ଼ବଡ଼ କରିଥିବା ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ ପାଇଁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ସେହିଭଳି କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ବିନା ବଜେଟରେ ବିନା ଚାଷୀ ତାଲିକାରେ ଠିକ୍‌ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଣ୍ଟିଜେନ୍ସୀ ଫଣ୍ଡରୁ ଅର୍ଥ ଆଣି ବଣ୍ଟାଯାଇଥିଲା । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ପୁରୋହିତ ଦାବି କରିଛନ୍ତି । ଅନ୍ୟପକ୍ଷେ ବର୍ତ୍ତମାନ କରୋନା ଯୋଗୁ ଅର୍ଥ ଉପାର୍ଜନ ଠପ୍‌ ହୋଇ ପଡ଼ିଛି । ଏଭଳି ସ୍ଥଳେ ଅର୍ଥ କିଭଳି ଫେରାଇବୁ ବୋଲି ଏଥିରୁ ଆର୍ଥିକ ଫାଇଦା ପାଇଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି । ଅନ୍ୟ କେତେକ କହିଛନ୍ତି ଯେ, ପ୍ରଥମରୁ ଦେବା ପରେ ବର୍ତ୍ତମାନ ମାଗିଲେ କେଉଁଠୁ ଆଣି ଦେବୁ । ପ୍ରକାଶଥାଉକି ପୂର୍ବରୁ କାଳିଆ ଯୋଜନା ହିତାଧିକାରୀ ଚୟନରେ ସ୍ୱଚ୍ଛତା ନଥିବା ଅଭିଯୋଗ ହେଉଥିଲା । ବର୍ତ୍ତମାନ ସରକାର ନିଜ ଆଡ଼ୁ ଏହାକୁ ସ୍ୱୀକାର କରି କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

Read More...

ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page