ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

July 24, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ
Anupambharat News Bureau
July 24, 2020

ଭୁବନେଶ୍ୱର, ୨୪ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟରେ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ସୁସ୍ଥରେ ମଧ୍ୟ ନୂଆ ରେକର୍ଡ଼ ସୃଷ୍‌ଟି ହୋଇଛି । ଆଜି ଗୋଟିଏ ଦିନରେ ୨୮ ଜିଲ୍ଲାରୁ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜିଲ୍ଲାରୁ ୮୦୮ ଜଣ ସୁସ୍ଥ ହୋଇଛନ୍ତି ।
ଆଜିର ପଜିଟିଭ ଚିହ୍ନଟକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୨୬୯୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ୧୫୯୪ ଜଣଙ୍କ ମଧ୍ୟରୁ ୧୦୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୭୩୨ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୦ , ବାଲେଶ୍ୱର ଜିଲ୍ଲାରେ ୨୨ , ବରଗଡ ଜିଲ୍ଲାରେ ଆଠ, ଭଦ୍ରକ ଜିଲ୍ଲାରେ ୬୦ , ବଲାଙ୍ଗୀର ଜିଲ୍ଲାରେ ଛ’, ବୌଦ୍ଧ ଜିଲ୍ଲାରେ ୪୧, କଟକ ଜିଲ୍ଲାରେ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଢେଙ୍କାନାଳ ଜିଲ୍ଲାରେ ଦୁଇ, ଗଜପତି ଜିଲ୍ଲାରେ ତିନି, ଜଗତସିଂହପୁର ଜିଲ୍ଲାରେ ତିନି, ଯାଜପୁର ଜିଲ୍ଲାରେ ପାଞ୍ଚ, ଝାରସୁଗୁଡା ଜିଲ୍ଲାରେ ଆଠ, କଳାହାଣ୍ଡି ଜିଲ୍ଲାରେ ଜଣେ କନ୍ଧମାଳ ଜିଲ୍ଲାରେ ୧୭, କେନ୍ଦ୍ରାପଡା ଜିଲ୍ଲାରେ ନ’ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଜିଲ୍ଲାରେ ୨୦ , ଖୋର୍ଦ୍ଧା ଜିଲ୍ଲାରେ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୩୩, ମାଲକାନଗିରି ଜିଲ୍ଲାରେ ନ’, ମୟୂରଭଞ୍ଜ ଜିଲ୍ଲାରେ ୩୨ , ନବରଙ୍ଗପୁର ଜିଲ୍ଲାରେ ତିନି, ନୟାଗଡ ଜିଲ୍ଲାରେ ୧୦, ନୂଆପଡା ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୩୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୧୩ ଜଣ, ସୋନପୁର ଜିଲ୍ଲାରେ ଚାରି ତଥା ସୁନ୍ଦରଗଡ ଜିଲ୍ଲାରେ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅରାଜ୍ୟରେ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟରେ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ରେକର୍ଡ ସଂଖ୍ୟାରେ ସୁସ୍ଥ ମଧ୍ୟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ୨୮ ଜିଲ୍ଲାରୁ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜିଲ୍ଲାରୁ ୮୦୮ ଜଣ ସୁସ୍ଥ ହୋଇଛନ୍ତ । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରୁ ୬୧ , କଟକ ଜିଲ୍ଲାରୁ ୩୫ , ମାଲକାନଗିରି ଜିଲ୍ଲାରୁ ୩୦ , ଗଜପତି ଜିଲ୍ଲାରୁ ୨୨ , ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ଲେଖାଏଁ, ବରଗଡ଼ ଓ ଭଦ୍ରକ ଜିଲ୍ଲାରୁ ୧୮ ଜଣ ଲେଖାଏଁ , ବୌଦ୍ଧ ଜିଲ୍ଲାରୁ ଆଠ, ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ସାତ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ପାଞ୍ଚ , ନବରଙ୍ଗପୁର ଜିଲ୍ଲାରୁ ଚାରି ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ତିନି, ଅନୁଗୁଳ, ଯାଜପୁର ଓ ପୁରୀ ଜିଲ୍ଲାରୁ ୨-୨ ଜଣ ଓ କୋରାପୁଟ ଏବଂ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

Read More...

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page