ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

July 27, 2020, ଦେଶ, , Anupambharat News Bureau


ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ
Anupambharat News Bureau
July 27, 2020

ଗୌହାଟୀ: ଗୁରୁତର ବନ୍ୟା ପ୍ରଭାବିତ ଆସାମାରେ କୋଭିଡ-୧୯ ମାମଲା କିପରି ପାରିଚାଳନା କରାଯାଉଛି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ଜନୈକ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଆବଶ୍ୟକ ପଡିବାରୁ କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିବା ଅନ୍ୟ ଜଣେ କୋଭିଡ ଆକ୍ରାନ୍ତଙ୍କୁ ଆଣିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଙ୍କ ଘରକୁ ଡଙ୍ଗା ପଠାଇଥିଲେ ବୋଲି ଜଣାପଡିଛି ।
ବନ୍ୟାରେ ଆସାମ ଏବେ ଜଳାର୍ଣ୍ଣବ ହୋଇପଡିଥିବା ବେଳେ କରୋନା ମହାମାରୀ ବିତ୍ପାତ ରଚିଛି । ଏଥିରେ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଯୋଗାଡ କରିବା ଏକ ପ୍ରକାର ଦୁରୁହ ବ୍ୟାପାର ସାବ୍ୟସ୍ତ ହେଉଥିଲେ ବି ଲୋକଙ୍କ ଜୀବନ ବଞ୍ଚାଇବାକୁ ସ୍ୱାସ୍ଥ୍ୟ ବିଭାଗ କେଉଁଥିରେ ବି ଅବହେଳା ହେବାକୁ ଦେଉ ନାହାନ୍ତି ।
ବନ୍ୟା ଯୋଗୁ ରାସ୍ତାଘାଟ ବୁଡି ରହିଥିବାରୁ ପ୍ଲାଜମା ଦାତାଙ୍କୁ ଅଣାଇବା ଲାଗି ଡଙ୍ଗା ପଠାଇ ଓ ପଦରେ ଚଲାଇ ହସ୍ପିଟାଲ ଆଣିବାକୁ ସରକାର ବାଧ୍ୟ ହେଉଛନ୍ତି । ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ଆସାମ ସ୍ୱାସ୍ଥ୍ୟ ବିଭାଗ ଏପରି ପରିସ୍ଥିତିରେ ସହାୟତା କରୁଥିବା ଲୋକଙ୍କ ଲାଗି ବିଭିନ୍ନ ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ଯେଉଁଥିରେ ସେ୍ୱଚ୍ଛାକୃତ ପ୍ଲାଜମାଦାତାଙ୍କ ଲାଗି ସରକାରୀ ଚାକିରୀରେ ଅଧିକ ନମ୍ବର ପ୍ରଦାନର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ବାହାରର ଦାତା ହୋଇଥିଲେ ସରକାର ତାଙ୍କର ଜାତାୟାତ ଓ ରହଣୀ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ଦେଶର ଗରିବ ରାଜ୍ୟଙ୍କ ମଧ୍ୟରେ ଆସାମ ଅନ୍ୟତମଛ ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ଅଭାବ ମଧ୍ୟ ଏବେ ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି ।
ରେମଡେସିଭିର ଓ ଟୋସିଲି ଜୁମାବ ଭଳି ଔଷଧର ଷ୍ଟକ ନଥିବାରୁ ରୋଗୀଙ୍କ ସ୍ୱାସ୍ଥ୍ୟ ସେବାରେ ବାଧା ଉପୁଜୁଥିବାର ମଧ୍ୟ ଜଣାପଡିଛି । ଏଥିରେ ଆସାମରେ ଜନୈକ ‘ଓ’ ବ୍ଲଡଗ୍ରୁପର କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କଲାଗି ପ୍ଲାଜମାର ଆବଶ୍ୟକତା ପଡିଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ।
ଏଣୁ ଏହି ବ୍ଲଡ ଗ୍ରୁପର ପ୍ଲାଜମା ଦାତା ରାଜି ହେବାକୁ ତାଙ୍କୁ ଅଣାଇବା ଲାଗି ଡଙ୍ଗା ପଠାଇବାକୁ ପଡିଥିଲା ବୋଲି ସେ କହିଛନ୍ତି । ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଏଥିରେ କରୋନା ଭାଇରସ ମହାମାରୀ ଏବେ ରାଜ୍ୟ ଲାଗି ବେଡି ଉପରେ କୋରଡା ଭଳି ହୋଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାହା ହେବେ ପୁନମ୍‌

ବାହା ହେବେ ପୁନମ୍‌

Read More...

କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌,  ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌, ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page