ବାହା ହେବେ ପୁନମ୍‌

July 27, 2020, ଦେଶ, , Anupambharat News Bureau


ବାହା ହେବେ ପୁନମ୍‌
Anupambharat News Bureau
July 27, 2020

ମୁମ୍ବାଇ : ମଡେଲ୍‌-ଅଭିନେତ୍ରୀ ପୁନମ୍‌ ପାଣ୍ଡେ ନିଜ ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ସ୍ୟାମ୍‌ ବମ୍ବେଙ୍କ ସହ ନିର୍ବନ୍ଧ କରିଛନ୍ତି । ସ୍ୟାମ୍‌ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏଙ୍ଗେଜମେଣ୍ଟ ରିଙ୍ଗ୍‌ ପିନ୍ଧି ପୁନମଙ୍କ ସହ ଫଟୋ ସେୟାର କରିଛନ୍ତି । କେବଳ ଏତିକି ନୁହେଁ ନିଜେ ପୁନମ୍‌ ଏଥିରେ ନିଜର ରିଆକ୍ସନ୍‌ ଦେଇ ନିର୍ବନ୍ଧ ଖବର ଉପରେ ମୋହର ଲଗାଇଛନ୍ତି । ସ୍ୟାମ୍‌ ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ,ଯେଉଁଥିରେ ଦୁହେଁ ନିଜର ମୁଦି ଦେଖାଇଥିଲେ ।ସ୍ୟାମ୍‌ ଲେଖିଥିଲେ-‘ଶେଷରେ ଆମେ ଏହା କରିଛୁ’ । ଏଥିରେ ପୁନମ୍‌ ମଧ୍ୟ ରିଆକଫ କରି ଲେଖିଛନ୍ତି-‘ଶ୍ରେଷ୍ଠ ଅନୁଭବ’ । ତାଙ୍କ ପ୍ରଶଂସକମାନେ ମୁଦି ଦେଖି ନିର୍ବନ୍ଧର ଶୁଭକାମନା ଜଣାଉଛନ୍ତି । ମେ ମାସରେ ସ୍ୟାମ୍‌ ଏବଂ ପୁନମଙ୍କ ଉପରେ ଲକଡାଉନ୍‌ ନିୟମର ଉଲ୍ଲଙ୍ଘନ କରିବା ପାଇଁ ମୁମ୍ବାଇ ପୋଲିସ୍‌ ଚାର୍ଜ କରିଥିଲା । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଦୁହେଁ ଲକଡାଉନରେ ଡ୍ରାଇଭରେ ବାହାରିଥିଲେ । କି;ୁ ପୁନମ୍‌ ପାଣ୍ଡେ ଏହି ଖବରକୁ ଅସ୍ୱୀକାର କରିଥିଲେ । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲୋକଙ୍କୁ କହିଥିଲେ ଯେ ସେମାନେ ନିଜ ଘରେ ଫିଲ୍ମ ଦେଖି ସମୟ କାଟୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୯ରେ ଭାରତକୁ ଆସିବ ରାଫେଲ୍‌

୨୯ରେ ଭାରତକୁ ଆସିବ ରାଫେଲ୍‌

Read More...

ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page