ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

July 27, 2020, ଓଡ଼ିଶା, , Anupambharat News Bureau


ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା
Anupambharat News Bureau
July 27, 2020

ବ୍ରହ୍ମପୁର,୨୭ା୭ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟ କିଭଳି ଜନମାନସକୁ ପ୍ରଭାବିତ କରିବାରେ ଲାଗିଛି ତାର ଆଉ ଏକ ନିଛକ ଦୃଶ୍ୟ ଆଜି ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଏନେଇ ଭିଡ଼ିଓ ଭାଇରାଲ ପରେ ଘଟଣା ଜିଲ୍ଳାରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଘଟଣା ଭାଇରାଲ ପରେ ଜିଲ୍ଲାପ୍ରଶାସନର ଚେତା ପସିଛି ଏବଂ କରୋନା ସନ୍ଦିUଙ୍କୁ ନେବାକୁ ୧୦୮କୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ମିଳିଥିବା ସୂଚନାନୁଯାୟୀ ପ୍ରହଲ୍ଲାଦ ନଗର ନିବାସୀ ମନୋଜ ପ୍ରହରାଜ ନାମକ ଜନୈକ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ତେବେ ଗତ ଦୁଇ ଦିନ ଧରି ସେ ଜ୍ୱରରେ ପିଡ଼ୀତ ଥିବା ବେଳେ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ । ଫଳରେ ତାଙ୍କ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିବା ଏବଂ ପରବର୍ତ୍ତୀ ସମୟରେ କରୋନା ସନ୍ଦେହରେ ଚାଳକ ମନୋଜଙ୍କୁ ମେଡ଼ିକାଲ୍‌ ନେବାକୁ ମନା କରିଦେଇଥିଲେ ।
ଫଳରେ ମନୋଜଙ୍କ ୧୨ ବର୍ଷ ପୁଅ ମାନସ ରଞ୍ଜନ ଆମ୍ବୁଲାନ୍ସ ଚାଳକଙ୍କ ପାଖକୁ ଯାଇ ହାତ ଯୋଡ଼ି କାକୁତିମିନତି ହୋଇଥିଲେ ଯେ, ତାଙ୍କ ବାପାଙ୍କୁ ମେଡ଼ିକାଲ ନିଆଯାଉ । ତେବେ ଆମ୍ବୁଲାନ୍ସ ଡ୍ରାଇଭର ସିଧା ସିଧା ମନା କରିଦେଇଥିଲେ । ଏପରିକି ସାହି ବାସିନ୍ଧା ମଧ୍ୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମନୋଜକୁ ନେବା ଲାଗି ତାଗିଦ କରିଥିଲେ ମଧ୍ୟ ସେ ଶୁଣିନଥିଲେ ।
ଏହି ସମୟ ମଧ୍ୟରେ ବାରଣ୍ଡାରେ ପଡ଼ିଥିବା ମନୋଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଉକ୍ତ ଘଟଣା ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ବାରମ୍ବାର କରେନା ସମୟରେ ଆମ୍ବୁଲାନ୍ସ ଚାଳକଙ୍କ ଖାମଖିଆଲ ମନୋଭାବ ନେଇ ସାଧାରଣରେ କ୍ଷୋଭ ପ୍ରକାଶ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ବି ଅମୃତ କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରି ଉଲ୍ଳେଖ କରିଛନ୍ତି ଯେ, ବର୍ତ୍ତମାନର କୋଭିଡ଼ ୧୯ ପରିସ୍ଥିତିରେ ୧୦୮/୧୦୪ ଆମ୍ବୁଲାନ୍ସ କରୋନା ସନ୍ଦିUଙ୍କୁ ଜରୁରୀ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବେ । ଏଥିସକାଶେ ସମସ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ପିପିଇ କିଟ୍‌ ଉପଲବ୍ଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

Read More...

ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ

ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page