ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

July 27, 2020, ଓଡ଼ିଶା, , Anupambharat News Bureau


ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ
Anupambharat News Bureau
July 27, 2020

ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଓଡିଆ ଆଲବମ୍‌ ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କର ସୋମବାର ଅପରାହ୍ନରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ଭୁବନେଶ୍ୱର ସ୍ପର୍ଶ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିବା ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା ।
ସୂଚନାଯୋଗ୍ୟ, ବର୍ଷେ ତଳେ ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିଲେ । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ମଧ୍ୟ ସେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ । ତେବେ ଲକ୍‌ଡାଉନ ପାଇଁ ସେ ଆଉ ମୁମ୍ବାଇ ଯିବା ସମ୍ଭବ ହୋଇ ନ ଥିଲା । କ୍ୟାନ୍‌ସରର ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ୩/୪ ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା । ସେ ଭୁବନେଶ୍ୱରସ୍ଥିତ ଘରେ ରହି ଆସୁଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଭିନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ସହଯୋଗରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ଆର୍ଥିକ ସଙ୍କଟ ଦେଖା ଦେଇଥିବାରୁ ତାଙ୍କୁ ଅନେକ ସହଯୋଗର ହାତ ବଢ଼ାଇ ଥିଲେ । ପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶତାଧିକ ଓଡିଆ ଆଲବମ୍‌ ଓ ଭଜନରେ ଅଭିନୟ କରି ଦୀପା ସାହୁ ଓଡିଶାର ଘରେ ଘରେ ପରିଚିତ ଥିଲେ । ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା..’, ‘ଏକଡ଼ା ଏକଡ଼ା ରା..’ ଓ ‘ଝିଅ ମୁଁ ମେଡଇନ୍‌ ଓଡ଼ିଶା..’ ଭଳି ହିଟ୍‌ ଗୀତରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିିଥିଲେ । ଏଥିସହ ଦୀପା ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ଓ ‘କଲେଜ୍‌ ଟାଇମ୍‌’ରେ ମଧ୍ୟ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ

ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ

Read More...

ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page