ଦେଶରେ ବଢ଼ିଛି ବାଘ ସଂଖ୍ୟା

July 28, 2020, ଦେଶ, , Anupambharat News Bureau


ଦେଶରେ ବଢ଼ିଛି ବାଘ ସଂଖ୍ୟା
Anupambharat News Bureau
July 28, 2020

ନୂଆଦିଲ୍ଲୀ: ଓଡ଼ିଶାରେ ଏବେ ୨୮ଟି ବାଘ ରହିଛନ୍ତି । ଦେଶରେ ବାଘ ସଖ୍ୟା ବଢ଼ିଥିବା ବେଳେ ଓଡିଶାରେ କି;ୁ ଏହି ସଂଖ୍ୟା ସମାନ ରହିଛି । ୨୦୧୪ରେ ଓଡ଼ିଶାରେ ବାଘ ସଂଖ୍ୟା ୨୮ ରହିଥିଲା ।
ତେବେ ୨୦୧୮/୧୯ରେ ବାଘ ଘଣନାରେ ସଂଖ୍ୟା ଅପରିବର୍ତ୍ତି ରହିଛି । ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦କୁ ଏହା ୩୨କୁ ଖସି ଆସିଥିଲା । ସେପଟେ ଦେଶରେ ଏବେ ବାଘ ସଂଖ୍ୟା ୨୯୬୭ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜଭଡେକର ଆଜି ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି । ୨୦୧୪ରେ ଦେଶରେ ବାଘ ସଂଖ୍ୟା ଥିଲା ୨୨୨୬ । ତେଣୁ ଏବେ ସଂଖ୍ୟାରେ ୭୪୧ ଟି ବାଘ ସଂଖ୍ୟା ବୃଦ୍ଧି ପାଇଛି ବା ୩୩ ପ୍ରତିଶତ ବଢ଼ିଛି । ଦେଶରେ ଏବେ ସର୍ବାଧିକ ବାଘ ମଧ୍ୟପ୍ରଦେଶରେ ୫୨୬, କର୍ଣ୍ଣାଟକରେ ୫୨୪ଟି ବାଘ ରହିଛି, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨ଟି , ତାମିଲନାଡୁ ୨୬୪ଟି ବାଘ ରହିଛନ୍ତି । ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି ।
ଏଠାରେ ୨୦୧୪ରେ ୩୦୮ରୁ ୨୦୧୮/୧୯ ରେ ୫୨୬କୁ ବୃଦ୍ଧି ପାଇଛି । ସେହିପରି ମହାରାଷ୍ଟ୍ରରେ ୨୦୧୪ରେ ୧୯୦ଟି ବାଘ ଥିବା ବେଳେ ୨୦୧୮/୧୯ ବାଘ ଗଣନାରେ ୩୧୨ରେ ପହଁଞ୍ଚିଛି । ଦେଶରେ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ମନ୍ତ୍ରୀ ପ୍ରକାଶ ଜଭଡେକର ଖୁସି ବ୍ୟକ୍ତ କରିଛନ୍ତି । ମାତ୍ର ୧୨ ବର୍ଷରେ ଦେଶରେ ବାଘ ସଂଖ୍ୟା ୨ ଗୁଣାରୁ ଅଧିକ ହୋଇଛି । ୨୦୦୬ ରେ ୧୪୧୧ ବାଘ ଥିବା ବେଳେ ୨୦୧୮/୧୯ରେ ବାଘ ସଂଖ୍ୟା ୨୯୬୭ରେ ପହଁଞ୍ଚିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେହେରୁ-ଗାନ୍ଧୀ ପରିବାର ସହ ଜଡିତ ସମସ୍ତ ସମ୍ପତ୍ତିର ଯାଞ୍ଚ ହେବ

ନେହେରୁ-ଗାନ୍ଧୀ ପରିବାର ସହ ଜଡିତ ସମସ୍ତ ସମ୍ପତ୍ତିର ଯାଞ୍ଚ ହେବ

Read More...

ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ : ଖୁବ୍‌ ଶୀଘ୍ର ଖୋଲିବ ଆଉ ତିନି

ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ : ଖୁବ୍‌ ଶୀଘ୍ର ଖୋଲିବ ଆଉ ତିନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page