ନେହେରୁ-ଗାନ୍ଧୀ ପରିବାର ସହ ଜଡିତ ସମସ୍ତ ସମ୍ପତ୍ତିର ଯାଞ୍ଚ ହେବ

July 28, 2020, ଦେଶ, , Anupambharat News Bureau


ନେହେରୁ-ଗାନ୍ଧୀ ପରିବାର ସହ ଜଡିତ ସମସ୍ତ ସମ୍ପତ୍ତିର ଯାଞ୍ଚ ହେବ
Anupambharat News Bureau
July 28, 2020

ନୂଆଦିଲ୍ଲୀ: ଗାନ୍ଧୀ-ନେହେରୁ ପରିବାର ପାଇଁ ପୁଣି ଥରେ ଅଡୁଆ ବଢିବାକୁ ଯାଉଛି । ହରିଆଣାରେ ଗାନ୍ଧି-ନେହେରୁ ପରିବାର ସହ ଜଡିତ ଥିବା ସମସ୍ତ ସମ୍ପତ୍ତିର ତଦନ୍ତ କରିବାକୁ ହରିଆଣାରେ କ୍ଷମତାସୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ଶାସନ ସଚିନ କେଶନୀ ଆନନ୍ଦ ଆରୋରା ସହରାଞ୍ଚଳରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜୀବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟକୁ ବିଦେଶରୁ ଆସୁଥିବା ପାଣ୍ଠି ଏବଂ ସମ୍ପତ୍ତିକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି ।
ଗାନ୍ଧି ପରିବାର ସହ ଜଡିତ ଅନ୍ୟ ୨ ସଂଗଠନ ରାଜୀବ ଗାନ୍ଧି ଫାଉଣ୍ଡେସନ ଏବଂ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟରେ ଥିବା ସମ୍ପତ୍ତିର ମଧ୍ୟ ତଦନ୍ତେ ହେବ । ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଦେଶବ୍ୟାପୀ ଏହି ସଂଗଠନଗୁଡିକର ତଦନ୍ତ କରିବାକୁ ଏକ ପ୍ୟାନେଲ ଗଠନ କରିଥିଲା । ହରିଆଣାରେ ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭୂପେନ୍ଦର ସିଂହ ହୁzା କ୍ଷମତାରେ ଥିବା ସମୟରେ ରାଜ୍ୟରେ କେତେ ସମ୍ପତ୍ତି ଦଖଲ କରିଥିଲେ ଏହା ଜାଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଥାଉକି, ପ୍ରିୟଙ୍କା ଗାନ୍ଧୀ ଶେଷରେ ୪୮ବର୍ଷ ପରେ ଦିଲ୍ଲୀର ଲୁଟିୟନ୍ସରୁ ବିଦା ହେବେ । ସେ ବୁଧବାର ନିଜ ୩୫-ଲୋଧି ଏଷ୍ଟେଟ୍‌ ବଙ୍ଗଳା ଖାଲି କରିଦେବେ । ଏବେ ସେ ଲକ୍ଷ୍ନୌ ଶିଫଫ ହେବେ ନାହିଁ । ତାଙ୍କ ଜେଜେମା ଶିଲା କୌଲଙ୍କ ଲକ୍ଷ୍ନୌ ସ୍ଥିତ ବଙ୍ଗଳା ପ୍ରସ୍ତୁତ ରହିଛି । କରୋନା ଅବସ୍ଥା ଦେଖି ସେ ଏବେ ଏଠାରେ ଶିଫଫ ହେବେ ନାହିଁ । ତାଙ୍କ ଝିଅ ମିରାୟା ଏବଂ ପୁଅ ରେହାନ ନିଜ ପାଠପଢ଼ାକୁ ଧ୍ୟାନରେ ରଖି କିଛି ସମୟ ପାଇଁ ସୁଖଦେବ ବିହାର ସ୍ଥିତ ନିଜ ଜେଜେମାଆଙ୍କ ଘରେ ଏକାଠି ରହିବେ ।
ପ୍ରିୟଙ୍କାଙ୍କ ଯିବା ପରେ ୩୫ ଲୋଧି ଏଷ୍ଟେଟ୍‌ ବଙ୍ଗଳାରେ ମୁତୟନ ଥିବା ଦିଲ୍ଲୀ ପୋଲିସର ୬୦ରୁ ଅଧିକ ସୁରକ୍ଷା କର୍ମୀ ହଟା ଦିଆଯିବ ତଥା ସେମାନଙ୍କ ସୁରକ୍ଷା ହରିୟାଣା ପୋଲିସକୁ ପ୍ରଦାନ କରାଯିବ । ହରିୟାଣା ପୋଲିସକୁ ଏହି ବିଷୟରେ କହି ଦିଆଯାଇଛି ଯେ ଯେଉଁଠାରେ ପ୍ରିୟଙ୍କାଙ୍କ ପରିବାର ଶିଫଫ ହେବ, ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରି ଦିଆଯିବ । ହରିୟାଣା ପୋଲିସ୍‌ ଗୁଡ଼ଗାଁଓରେ ଅରାଲିୟାଜ ଫ୍ଲାଟ୍‌, ଯେଉଁଠାରେ ପ୍ରିୟଙ୍କା ଗାନ୍ଧୀ ଶିଫଫ ହେଉଛନ୍ତି,ସେଠାକାର ସୁରକ୍ଷା ଦାୟିିବ ଗ୍ରହଣ କରିବ ।
ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ଗୁଡ଼ଗାଁଓ ସ୍ଥିତ ଅରାଲିୟାଜ ଆପାର୍ଟମେଣ୍ଟରେ ୧୦,୦୦୦ ବର୍ଗଫୁଟର ପେଣ୍ଟହାଉସ୍‌ ରହିଛି । ସେଠାରେ ପରିବାର ଶିଫଫ ହେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରି ଦିଆଯାଇଛି ।
ପ୍ରିୟଙ୍କା ଗାନ୍ଧୀଙ୍କ ୩୫-ଲୋଧି ଏଷ୍ଟେଟ୍‌ ବଙ୍ଗଳାରୁ ୯୦ପ୍ରତିଶତ ଜିନିଷ ଗୁଡ଼ଗାଁଓ, ସୋନିଆ ଗାନ୍ଧୀଙ୍କ ଆବାସ ୧୦-ଜନପଥ ତଥା ମହରୌଲିର ଫାର୍ମ ହାଉସରେ ପଠା ଯାଇସାରିଛି । ଗୁଡ଼ଗାଁଓ ସ୍ଥିତ ପେଣ୍ଟହାଉସରେ ପ୍ରିୟଙ୍କା ୩ମାସ ଯାଏଁ ରହିବେ ତଥା ଏହା ପରେ ଯଦି କରୋନା ଅବସ୍ଥାରେ ସୁଧାର ଆସେ ତେବେ ସେ ନିଷ୍ପତ୍ତି ନେବେ ଯେ ସେ କେଉଁଠି ରହିବେ । ଏହି ସମୟରେ ସେ ଗୁଡ଼ଗାଁଓ ଏବଂ ଦିଲ୍ଲୀ ଯିବା ଆସିବା କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମହାମାରୀ ପାଇଁ  ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

କରୋନା ମହାମାରୀ ପାଇଁ ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

Read More...

ଦେଶରେ ବଢ଼ିଛି ବାଘ ସଂଖ୍ୟା

ଦେଶରେ ବଢ଼ିଛି ବାଘ ସଂଖ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page