ଭାରତରେ ରାଫେଲ

July 29, 2020, ଦେଶ, , Anupambharat News Bureau


ଭାରତରେ ରାଫେଲ
Anupambharat News Bureau
July 29, 2020

ନୂଆଦିଲ୍ଲୀ, ୨୯ା୭: ଦୀର୍ଘ ଦିନର ଅପେକ୍ଷା ପରେ ବୁଧବାର ଅପରାହ୍ନରେ ପାଞ୍ଚଟି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିଛି । ଏହି ଯୁଦ୍ଧ ବିମାନଗୁଡ଼ିକ ୟୁଏଇରୁ ସକାଳ ୧୧ ଟାରେ ଉଡ଼ାଣ ଆରମ୍ଭ କରିଥିଲା । ୭ଜାର କିମି ଯାତ୍ରା ପରେ ଅପରାହ୍ନ ୧.୨୯ ରେ ଭାରତୀୟ ବାୟୁ କ୍ଷେତ୍ରରେ ପ୍ରବେଶ କରିବା ପରେ ବାୟୁସେନାର ଦୁଇଟି ସୁଖୋଇ -୩୦ ଏମକେଆଇ ବିମାନ ରାଫେଲଗୁଡିକୁ ଏସ୍କଟ୍‌ କରି ଅମ୍ବାଲା ଏୟାରବେସକୁ ଆଣିଥିଲା । ଅପରାହ୍ନ ପ୍ରାୟ ୩ ଟା୯ ମିନିଟରେ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଅବତରଣ କରିବା ପରେ ରାଫେଲ ବିମାନଗୁଡ଼ିକୁ ‘ୱାଟର ସାଲୁ୍ୟଟ’ ପ୍ରଦାନ କରାଯାଇଥିଲା । ଭାରତରେ ପହଞ୍ଚିଥିବା ପାଞ୍ଚ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ତିନୋଟି ଜଣକିଆ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ଦୁଇ ଟିକିଆ ସିଟ୍‌ ରହିଛି । ଗୋଲଡେନ ଏରୋ ନାମରେ ପରିଚିତ ବାୟୁସେନାର ୧୭ ସ୍କ୍ୱାର୍ଡ଼ନ ପାଇଲଟ ଏହାକୁ ଭାରତ ଆଣିଥିଲେ । ଫ୍ରାନ୍ସ ସହ ହୋଇଥିବା ୩୬ଟି ରାଫେଲ ଯୋଗାଣ ଚୁକ୍ତି ପ୍ରକାରେ ଏହା ପ୍ରଥମ ପର୍ଯ୍ୟାୟ ଯୋଗାଣ । ପାକ୍‌ ଓ ଚୀନ ସହିତ ଭାରତର ଉତ୍ତେଜନା ଲାଗି ରହିଥିବା ବେଳେ ରାଫେଲ ଦେଶର ବାୟୁସେନାର ଶକ୍ତି ବୃଦ୍ଧିରେ ବଡ଼ ସହାୟକ ହେବ । ଦକ୍ଷିଣପଶ୍ଚିମ ଫ୍ରାନ୍ସର ମେରିଗ୍ନେକରୁ ଭାରତୀୟ ବାୟୁସେନା ପାଇଲଟମାନେ ଗତ ସୋମବାର ଏହାର ଉଡାଣ ଆରମ୍ଭ କରିଥିଲେ । ତେବେ ଗତକାଲି ପ୍ରାୟ ୩୦ ହଜାର ଫୁଟ ଉଚ୍ଚରେ ଏଥିରେ ଇନ୍ଧନ ଭରିବା ଦୃଶ୍ୟ ବେଶ ଉପଭୋଗ୍ୟ ହୋଇ ପାରିଥିଲା । ଏପରିକି ସମ୍ପୃକ୍ତ ଅଞ୍ଚଳର ଚାରିଟି ଗ୍ରାମରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ବିମାନଟି ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ନିକଟ ଅଲ ଧାଫ୍ରା ଠାରେ ଥିବା ଫ୍ରାନ୍ସର ଏୟାରବେସରେ ସୋମବାର ରାତିରେ ଫ୍ରାନ୍ସର ବୋର୍ଡୋ ସହରରୁ ମେରିନାକ ଏୟାରବେସକୁ ଉଡ଼ିବାର ସାତ ଘଣ୍ଟାପରେ ଅବତରଣ କରିଛି । ଏୟାରବେଶ୍‌ ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କୌଣସି ବ୍ୟକ୍ତି ନିଜ ଛାତ ଉପରେ ରହିବାକୁ ମନା କରାଯିବା ସହ ଫଟୋ ଉଠାଇବାକୁ ମନା କରାଯାଇଥିଲାା ରାଫେଲ ଗୁଡିକ ଭାରତରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଭାରତକୁ ରାଫେଲ ମିଳିବା ବାୟୁସେନା ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ହେବ ଏବଂ ଶତ୍ରୁ ନଜର ପକାଇବା ପୂର୍ବରୁ ଅନେକ ଥର ଭାବିବେ । ତେବେ ଏହି ରାଫେଲ ବିମାନକୁ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଏହା ଇଣ୍ଡେକ୍ସନ୍‌ ପାଇଁ ଏକ ସମ୍ପୂର୍ଣ୍ଣ ସମାରୋହ ହେବ । ଭାରତ ମାଟିରେ ଆଜି ଲଢୁଆ ଯୁଦ୍ଧ ବିମାନ ରାଫେଲର ଅବତରଣକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ ‘ଗେମ୍‌’ଚେଞ୍ଜର’ ଘଟଣା ବୋଲି କହିଛନ୍ତି । ରାଫେଲ ଜେଟ୍‌ ପହଞ୍ଚିବା ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଗର୍ବ ଓ ଗୌରବର କ୍ଷଣ ବୋଲି ଏକ ଟ୍ୱିଟ୍‌ ବାର୍ତ୍ତାରେ ସେ କହିଛନ୍ତି । ଆଜି ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ ୫ଟି ରାଫେଲ ବିମାନ ଭାରତୀୟ ଜାତୀୟ ପତାକା ଉଡାଇ ଅବତରଣ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବାର୍ତ୍ତା ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି । ବାୟୁସେନାକୁ ଏଭଳି ଅଭୂତପୂର୍ବ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥିବାରୁ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

Read More...

ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ

ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page