କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

July 30, 2020, ଓଡ଼ିଶା, , Anupambharat News Bureau


କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର
Anupambharat News Bureau
July 30, 2020

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): କରୋନାରେ ପ୍ରାଣ ହରାଇଥିବା ରାଜ୍ୟର ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ମଂଜୁର କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।
କରୋନା ଯୋଦ୍ଧା ଭାବେ ମୃତୁ୍ୟବରଣ କରିଥିବା ଦୁଇ ସାମ୍ବାଦିକ ହେଲେ ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତି ଜିଲ୍ଲାର କେ.ସିଏଚ୍‌. ରତ୍ନମ । ଏହି ଦୁଇ ଗଣମାଧ୍ୟମ ପ୍ରତିନିଧି ମହାମାରୀକୁ ଭ୍ରୁକ୍ଷେପ ନକରି କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟୁଇଟ୍‌ କରି ଉଭୟଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

Read More...

୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି

୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page