ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

July 30, 2020, ବିଦେଶ, , Anupambharat News Bureau


ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ
Anupambharat News Bureau
July 30, 2020

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍‌ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍‌ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ ୬୮ ନୂତନ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଏଥିରୁ ଦୁଇଟି କେସ୍‌ ବେଜିଂର ରହିଛି । ଗୋଟିଏ ସପ୍ତାହରେ ପ୍ରଥମ ଥର ବେଜିଂର କରୋନା କେସ୍‌ ସାମ୍ନାକୁ ଆସିଛି । ସିନଜିୟାଙ୍ଗର ସୁଦୂର ପାଶ୍ଚାତ୍ୟ କ୍ଷେତ୍ରରେ ଓ ଉତ୍ତର-ପୂର୍ବରେ ଅଞ୍ଚଳରେ ପୁଣି ଥରେ କରୋନା ମୁଣ୍ଡ ଟେକିଛି ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଜୁଲାଇ ୨୭ରେ ସିନଜିୟାଙ୍ଗରେ ନୂତନ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିଲେ । ଜୁଲାଇ ୧୬ରୁ ଅଦ୍ୟାବଧି ୨୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନଜିୟାଙ୍ଗରେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଜଣେ ୨୪ ବର୍ଷୀୟ ମହିଳା ଯିଏ ନିଜର ରାଜଧାନୀ ଉରୁମକିରେ ଏକ ମଲ୍‌ରେ କାମ କରୁଥିଲେ, ସେ କୋଭିଡ୍‌-୧୯ ପଜିଟିଭ୍‌ । ଲିୟୋନିଙ୍ଗ ଉତ୍ତରପୂର୍ବ ପ୍ରାନ୍ତରେ ଜୁଲାଇ ୨୭ ରେ ଛଅଟି ନୂତନ କେସ୍‌ ଚିହ୍ନଟ ହୋଇଛି । ଲିଓନିଙ୍ଗରେ ଜୁଲାଇ ୨୨ରେ କରୋନା ପ୍ରକୋପ ଆରମ୍ଭ ହୋଇଛି ।
ଏଠାକାର ଡାଲିୟାନ ବନ୍ଦର କରୋନା ପଜିଟିଭ୍ର ହଟ୍‌ସ୍ପଟ୍‌କେନ୍ଦ୍ର ଭାବେ ଚିହ୍ନଟ ହୋଇଛି । ଭାଇରସ୍‌ର ପ୍ରସାର ରୋକିବା ପାଇଁ ସିନଜିୟାଙ୍ଗ ଓ ଡାଲିୟାନରେ କୋଭିଡ୍‌-୧୯ର ଲକ୍ଷାଧିକ ଲୋକଙ୍କଠାରେ ପରୀକ୍ଷଣ କରାଯାଇଛି । ଅନ୍ୟପଟେ କରୋନା ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛନ୍ତି ।
ଚୀନର ଜିଲିନ ଉତ୍ତରପୂର୍ବ ପ୍ରାନ୍ତରେ ମେ ପରଠାରୁ ଦୁଇଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲା । ଉଭୟ ସଂକ୍ରମିତ ଡାଲିୟାନା ସିଫୁଡ ପ୍ରୋସେସିଂ କମ୍ପାନୀରେ କର୍ମଚାରୀ ଥିଲେ ଓ ପ୍ରାୟତଃ ୧୦ ଦିନ ପୂର୍ବରୁ ଡାଲିୟାନାରୁ ଜିଲିନ ଫେରିଥିଲେ । ଉଲ୍ଲେଖଯୋଗ୍ୟ, ଚୀନରେ ଅଦ୍ୟାବଧି ୮୩,୯୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

Read More...

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page