ଧର୍ମେନ୍ଦ୍ରଙ୍କୁ କରୋନା

August 04, 2020, ଦେଶ, , Anupambharat News Bureau


ଧର୍ମେନ୍ଦ୍ରଙ୍କୁ କରୋନା
Anupambharat News Bureau
August 04, 2020

ନୂଆଦିଲ୍ଲୀ, ୪ା୮: କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନାରୁ ଜଣାପଡିଛି । କେନ୍ଦ୍ରମନ୍ତ୍ରୀ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ପରେ ତାହାଙ୍କୁ ମେଦାନ୍ତା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୋମବାର ଦିନ ତାହାଙ୍କ କିଛି ଲକ୍ଷଣ ଅନୁଭବ ହେବା ପରେ ମଙ୍ଗଳବାର ଦିନ ସେ ତାହାଙ୍କ ନମୁନା ପରୀକ୍ଷା କରାଇନେଇଥିଲେ ଏହା ପରେ ପରେ ରିପୋର୍ଟ ପଜିଟିଭ ଆସିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍‌ପିଟାଲ୍‌ରେ ଭର୍ତ୍ତି ଅଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ଯାହାଙ୍କ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ହିଁ ଅମିତ ଶାହଙ୍କୁ ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ କେତେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ କୋଭିଡ଼-୧୯ର ପ୍ରଭାବରେ ଆସି ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ସହିତ ଅନ୍ୟ କେତେକ ସଙ୍ଗରୋଧରେ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯ ଯାଏଁ ପୁରା ଓଡ଼ିିଶା ଭିଜିବ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

୯ ଯାଏଁ ପୁରା ଓଡ଼ିିଶା ଭିଜିବ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Read More...

ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page