ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

August 03, 2020, ଦେଶ, , Anupambharat News Bureau


ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !
Anupambharat News Bureau
August 03, 2020

ନୂଆଦିଲ୍ଲୀ: ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକକୁ କ୍ରୟ କରିବା ନେଇ ଆଲୋଚନା ଜାରି ରହିବ ଏବଂ ସେପେଫମ୍ବର ୧୫, ୨୦୨୦ ସୁଦ୍ଧା ମାଇକ୍ରୋସଫଫ ଟିକ୍‌-ଟକକୁ କିଣିବ । ରବିବାର ଏ ନେଇ ଘୋଷଣା କରିଛି ମାଇକ୍ରୋସଫଫ । ସତ୍ୟ ନାଡେଲାଙ୍କ ନେତୃତ୍ୱାଧୀନ କମ୍ପାନୀ ଏକ ବ୍ଲଗ୍‌ ପୋଷ୍ଟରେ ପ୍ରକାଶ କରିଛି ଯେ, ମାଇକ୍ରୋସଫଫ ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ସହ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛି ଏବଂ ଟିକ୍‌-ଟକର ମୂଳ କମ୍ପାନୀ ବାଇଟେଡାନ୍ସ ସହିତ ସେପେଫମ୍ବର ୧୫, ୨୦୨୦ ସୁଦ୍ଧା ଏହି ଚୁକ୍ତିନାମାକୁ ସିଲ୍‌ କରିବାକୁ ଯୋଜନା କରିଛି ।
ବ୍ଲଗରେ ଲେଖାଯାଇଛି କି, ମାଇକ୍ରୋସଫଫ ସମ୍ପୂର୍ଣ୍ଣ ସୁରକ୍ଷା ସମୀକ୍ଷା ସହ ଟିକ୍‌-ଟକକୁ ହାସଲ କରିବା ଏବଂ ଯୁକ୍ତରାଷ୍ଟ୍ରର ଟ୍ରେଜେରୀ ସମେତ ଆମେରିକାକୁ ଉପଯୁକ୍ତ ଅର୍ଥନେତିକ ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ମାଇକ୍ରୋସଫଫ କିଛି ସପ୍ତାହ ମଧ୍ୟରେ ଟିକ୍‌-ଟକର ମୂଳ କମ୍ପାନୀ ବାଇଟ୍‌ ଡାନ୍ସ ସହିତ ଆଲୋଚନା କରିବା ପାଇଁ ଶୀଘ୍ର ଆଗକୁ ବିବ ଏବଂ ସେପେଫମ୍ବର ୧୫, ୨୦୨୦ ମଧ୍ୟରେ ଏହି ଆଲୋଚନା ସମାପ୍ତ କରିବ । ଏହି ପ୍ରକ୍ରିୟା ସମୟରେ ମାଇକ୍ରୋସଫଫ ଆମେରିକା ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିବାକୁ ଅପେକ୍ଷା କରିଛି । ଯଦି ମାଇକ୍ରୋସଫଫ ଟିକ୍‌-ଟକକୁ କିଣିବାରେ ସଫଳ ହୁଏ, ତେବେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡବାସୀ ଏହାକୁ ବ୍ୟବହାର କରି ପାରିବେ । ଦୁଇ କମ୍ପାନୀ ସେମାନଙ୍କର ପ୍ରାଥମିକ ପ୍ରସ୍ତାବ ଅନୁସନ୍ଧାନ କରିବାକୁ ନୋଟିସ୍‌ ପ୍ରଦାନ କରିଛନ୍ତି, ଯେଉଁଥିରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ପାଇଁ ଟିକ୍‌-ଟକ ସେବା କ୍ରୟ ହେବ ଏବଂ ମାଇକ୍ରୋସଫଫ ଏହି ଦେଶର ବଜାରରେ ଟିକ୍‌-ଟକର ମାଲିକାନା ଏବଂ ପରିଚାଳନା କରିବ । ମାଇକ୍ରୋସଫଫ ଅନ୍ୟ ଆମେରିକୀୟ ନିବେଶକମାନଙ୍କୁ ଏହି କ୍ରୟରେ ସଂଖ୍ୟାଲଘୁ ଭିତ୍ତିରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିପାରେ ବୋଲି କମ୍ପାନୀର ବ୍ଲଗରେ କୁହାଯାଇଛି । ମାଇକ୍ରୋସଫଫ ଏହା ମଧ୍ୟ କହିଛି ଯେ, ଆମେରିକୀୟ ଟିକ୍‌-ଟକ ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଯୁକ୍ତରାଷ୍ଟ୍ରରେ ରହିବା ସହ ତଥ୍ୟ ଯେମିତି ଅନ୍ୟ କେଣସି ଦେଶକୁ ଯିବ ନାହିଁ ସେ ନେଇ କମ୍ପାନି ନିଶ୍ଚିତ କରିବ । ଯଦି ଫ୍ଲୁକ୍‌ ଦ୍ୱାରା ଆମେରିକା ବାହାରକୁ ଡାଟା ଯାଏ, ମାଇକ୍ରୋସଫଫ ନିଶ୍ଚିତ କରିବ ଯେ, ଡାଟା ସ୍ଥାନାନ୍ତରିତ ହେବା ପରେ ଦେଶ ବାହାରେ ଥିବା ସର୍ଭରରୁ ଡାଟା ଡିଲିଟ୍‌ ହୋଇଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମେନ୍ଦ୍ରଙ୍କୁ କରୋନା

ଧର୍ମେନ୍ଦ୍ରଙ୍କୁ କରୋନା

Read More...

୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page