ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

May 18, 2019, ଦେଶ, , Anupambharat News Bureau


ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ
Anupambharat News Bureau
May 18, 2019

ନୂଆଦିଲ୍ଲୀ : ୬ ବର୍ଷ ପୂର୍ବେ ଭାରତ ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବେଳେ ଏବେ ଶୁକ୍ର ଗ୍ରହରେ ପହଞ୍ଚିବା ପାଇଁ ଇସ୍ରୋ ପ୍ରସ୍ତìତି ଆରମ୍ଭ କରି ଦେଲାଣି । ଆସନ୍ତା ୧୦ ବର୍ଷ ମଧ୍ୟରେ ଇସ୍ରୋ ୭ଟି ବୈଜ୍ଞାନିକ ମିଶନର ଯୋଜନା କରିଛି । ଯେଉଁଥିରେ ୨୦୨୩ରେ ଶୁକ୍ର ଗ୍ରହର ତାରିଖ ସାମିଲ ରହିଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ରେ ବ୍ରହ୍ମାଣ୍ଡୀୟ ବିକିରଣର ଅଧ୍ୟୟନ କରିବା ପାଇଁ ବ୍ୟାଖାୟନ କରାଯିବ, ୨୦୨୧ରେ ସୂର୍ଯ୍ୟଙ୍କ ପାଇଁ ଏଲ୍‌-୧, ୨୦୨୨ରେ ମଙ୍ଗଳ ମିଶନ-୨, ୨୦୨୪ରେ ଚନ୍ଦ୍ରାୟନ-୩, ଏବଂ ୨୦୨୮ରେ ସୌରମଣ୍ଡଳ ବାହାରେ ଏକ ଖୋଜ କରିବା ଇସ୍ରୋର ଯୋଜନା ତାଲିକାରେ ସାମିଲ ରହିଛି । ତେବେ ଆକାର, ସଂରଚନା ଏବଂ ଘନତ୍ୱରେ ସମାନ ହେବା କାରଣରୁ ଶୁକ୍ର ଗ୍ରହକୁ ପୃଥିବୀର ଜାଆଁଳା ଭଉଣୀ ବୋଲି କୁହାଯାଏ । ମିଶନ ଶୁକ୍ର ଗ୍ରହରେ ବାୟୁମଣ୍ଡଳୀୟ ରସାୟନ, ସେଠାକାର ପରିବେଶ ଜଳବାୟୁ ଇତ୍ୟାଦି ଉପରେ ଅଧ୍ୟୟନ କରାଯିବାକୁ ଲଗାଯାଇଛି । ଇସ୍ରୋର ଅଧ୍ୟକ୍ଷ କହିଛନ୍ତି କି, ଆଦିତ୍ୟ ଏଲ-୧ ଏବଂ ଏକ୍ସପୋସେଟ୍‌ ମିଶନକୁ ପରିଭାଷିତ କରାଯାଇଛି । ଆଦିତ୍ୟ ଏଲ ୧, ସୂର୍ଯ୍ୟ ମିଶନ, ପୃଥ୍ୱୀରେ ଜଳବାୟୁ ପରିବର୍ତନକୁ ବୁଝିବା ଏବଂ ଭବିଷ୍ୟବାଣୀ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯିବ । ଆସନ୍ତା ୧୦ ବର୍ଷ ମଧ୍ୟରେ ଇସ୍ରୋ ୭ଟି ବୈଜ୍ଞାନିକ ମିଶନର ଯୋଜନା କରିଛି । ଭାରତ ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବେଳେ ଏବେ ଶୁକ୍ର ଗ୍ରହରେ ପହଞ୍ଚିବା ପାଇଁ ଇସ୍ରୋ ପ୍ରସ୍ତìତି ଆରମ୍ଭ କରି ଦେଲାଣି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

Read More...

ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ

ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page