ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

May 19, 2019, ଦେଶ, , Anupambharat News Bureau


ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ
Anupambharat News Bureau
May 19, 2019

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗରେ ଆଭ୍ୟନ୍ତରୀଣ କନ୍ଦଳ ଖବର ବାହାରକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରା ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ, ଆୟୋଗର ସବୁ ସଦସ୍ୟଙ୍କ ଚିନ୍ତାଧାରା ସମାନ ହେବ ।
ବିବାଦର କାରଣ ହେଉଛି ପିଏମ୍‌ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କୁ ନିର୍ବାଚନ ଆଚାର ସଂହିତା ଉଲ୍ଲଙ୍ଘନ ମାମଲାରେ ଆୟୋଗ ପକ୍ଷରୁ କ୍ଲିନ ଚିଟ୍‌ ଦେବା । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ମିଡିଆର କିଛି ଗୋଷ୍ଠୀ ଆଜି ନିର୍ବାଚନ ଆଚାର ସଂହିତା ସମ୍ବନ୍ଧରେ ନିର୍ବାଚନ ଆୟୋଗର ଆଭ୍ୟନ୍ତରୀଣ କାମକୁ ନେଇ ଏମିତି ଉଲ୍ଲେଖ କରିଛନ୍ତି, ଯାହାକୁ ଟାଳି ଦିଆଯାଇ ପାରିଥାନ୍ତାଛ ମୁଖ୍ୟ ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ସେ ସାର୍ବଜନୀନ ବିତର୍କ ପାଇଁ ସେ ସର୍ବଦା ପ୍ରସ୍ତìତ, ମାତ୍ର ସବୁ ଜିନିଷର ଏକ ସମୟ ଥାଏ । କିଛି ରିପୋର୍ଟରେ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ଅଶୋକ ଲଭାସା ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରାଙ୍କୁ ଏକ ଚିଠି ଲେଖିଛନ୍ତି । ଲଭାସା ଚିଠିରେ ଦାବି କରିଛନ୍ତି ଯେ, ୩ ସଦସ୍ୟ ବିଶିଷ୍ଟ ଆୟୋଗରେ ଯଦି କୌଣସି ପ୍ରସଙ୍ଗରେ କୌଣସି ସଦସ୍ୟଙ୍କ ବିଚାର ଭିନ୍ନ ରହେ , ତେବେ ସମ୍ବନ୍ଧିତ ଆଦେଶରେ ସଦସ୍ୟଙ୍କ ବିଚାରକୁ ମଧ୍ୟ ଉଲ୍ଲେଖ କରାଯାଉ । ଲଭାସା ଚାହୁଁଛନ୍ତି ଯେ, ଯେଉଁଭଳି ସୁପ୍ରିମକୋର୍ଟଙ୍କ ଆଦେଶରେ ଖଣ୍ଡପୀଠର ଜଜଙ୍କ ଭିନ୍ନ ଭିନ୍ନ ବିଚାରକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଏ, ଠିକ୍‌ ସେମିତି ନିର୍ବାଚନ ଆୟୋଗରେ ମଧ୍ୟ ଏହି ନୀତି ଲାଗୁ ହେଉ । ଉଲ୍ଲେଖଯୋଗ୍ୟ ଅଶୋକ ଲଭାସା ପିଏମ୍‌ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଆରୋପରେ କ୍ଲିନ ଦେବା ନେଇ ବାକି ୨ ସଦସ୍ୟଙ୍କ ରାୟରେ ଅସହମତ ଥିଲେ ।
ସେ ଚାହୁଁଛନ୍ତି ଯେ, ତାଙ୍କର ଅସହମତିକୁ ମଧ୍ୟ ରେକର୍ଡ କରାଯାଉ । ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଲଭାସା ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଦାବି ମୁତାବକ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସେ ଆୟୋଗର ବୈଠକରେ ସାମିଲ ହେବେ ନାହିଁ । କିଛି ମିଡିଆ ରିପୋର୍ଟ୍ସରେ ନିର୍ବାଚନ ଆୟୋଗ ଅଶୋକ ଲଭାସାଙ୍କ କଥିତ ଚିଠିକୁ ନେଇ ନିର୍ବାଚନ ଆୟୋଗରେ ଆଭ୍ୟନ୍ତରୀଣ କନ୍ଦଳ ଖବର ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ବୟାନ ଜାରି କରିବାକୁ ପଡିଛି । ସେ କହିଛନ୍ତି ଯେ, ଏହି ବିବାଦକୁ ଟାଳି ଦିଆଯାଇ ପାରିଥାନ୍ତା ଏହି ବିବାଦ ଏମିତି ସମଜୟରେ ଉପୁଜିଛି ଯେବେ ସମଗ୍ର ଦେଶରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ତାଙ୍କର ଦଳ ରବିବାର ହେବାକୁ ଥିବା ମତଦାନ ପାଇଁ ପ୍ରସ୍ତìତିରେ ଜୁଟିଛନ୍ତି । ଏହା ବ୍ୟତୀତ ମେ ୨୩ରେ ମଧ୍ୟ ମତଗଣନା ହେବାର ଅଛି । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ନିର୍ବାଚନ ଆୟୋଗର ସବୁ ତିନି ସଦସ୍ୟଙ୍କ ରାୟ ସମାନ ରହିବ ବୋଲି କହି ହେବ ନାହିଁ । ଅତୀତରେ ମଧ୍ୟ ଅନେକ ଥର ସଦସ୍ୟଙ୍କ ବିଚାରରେ ଅନେକ ବିବିଧତା ରହିଥିଲା ।
କାରଣ ଏହା ହୋଇପାରେ ଏବଂ ନହୋଇପାରେ ବି । ମାତ୍ର ଏ ପର୍ଯ୍ୟନ୍ତ କୌଣସି ସଦସ୍ୟଙ୍କ ଭିନ୍ନ ରାୟକୁ ତାଙ୍କର ଅବସର ପର୍ଯ୍ୟନ୍ତ ଆୟୋଗ ଭିତରେ ସୀମିତ ରହିଥାଏ । ଅବସରର ଅନେକ ସମୟ ପରେ ସମ୍ବନ୍ଧିତ ନିର୍ବାଚନ ଆୟୋଗ/ମୁଖ୍ୟ ନିର୍ବାଚନ ଅଧିକାରୀ ନିଜର ବିଚାରକୁ ପୁସ୍ତକ ମାଧ୍ୟମରେ ଉଲ୍ଲେଖ କରିଥାନ୍ତି । ନିର୍ବାଚନ ଆୟୋଗ ନିଜର ବୟାନରେ ଏହା ମଧ୍ୟ କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାକୁ ଭୟ କରନ୍ତି ନାହିଁ । ବ୍ୟକ୍ତିଗତ ରୂପେ କେବେ ବି ସାର୍ବଜନୀନ ଆଲୋଚନାଠୁ ଦୂରେଇ ରହିବି ନାହିଁ । ମାତ୍ର ସବୁ ଜିନିଷର ଗୋଟିଏ ସମୟ ଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

Read More...

ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page