ଭୁବନେଶ୍ୱର, ୧୦ା୮ (ଅନୁପମ ମିଡ଼ିଆ): ଆସନ୍ତା ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ୧୨ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ସିଏଚଏସଇର େୱସାଇଟ୍ରେ ପ୍ରକାଶିତ ହେବ । ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ଓ ମାସ ଶେଷ ସପ୍ତାହରେ କଳା ରେଜଲଫ ପ୍ରକାଶ ପାଇବ । ଅନ୍ୟପକ୍ଷରେ ରାଜ୍ୟର ୫୬ ହ ଜାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ଦିଆଯିବ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ୧୪ରୁ ୨୨ , ଓପନ ଲର୍ଣ୍ଣିଙ୍ଗ ସାର୍ଟିଫିକେଟ୍ ପରୀକ୍ଷା ୧୪ରୁ ୨୪ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ, ଚଳିତ ବର୍ଷ ମୋଟ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।