ଦିନକରେ ସର୍ବାଧିକ ୧୪ ମୁଣ୍ଡ ନେଲା, ରାଜ୍ୟରେ କରୋନା ମୃତୁ୍ୟ ୨୮୬ ଛୁଇଁଲା

August 10, 2020, ଓଡ଼ିଶା, , Anupambharat News Bureau


ଦିନକରେ ସର୍ବାଧିକ ୧୪ ମୁଣ୍ଡ ନେଲା, ରାଜ୍ୟରେ କରୋନା ମୃତୁ୍ୟ ୨୮୬ ଛୁଇଁଲା
Anupambharat News Bureau
August 10, 2020

ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ à­§à­ª ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ଏହି ଅଦୃଶ୍ୟ ଭୂତାଣୁ ଜନିତ ମୃତୁ୍ୟ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଛ’ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର à­©-à­© ଜଣ ଅଛନ୍ତି । ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାର ଜଣେ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ନୟାଗଡର ଜଣେ à­©à­¦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ଏହି ଜିଲ୍ଲାର ହିଁ ଅନ୍ୟ ଜଣେ à­©à­ª ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଜିଲ୍ଲାର ଅନ୍ୟ ଜଣେ à­­à­® ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟ ମୃତୁ୍ୟ ଘଟିଛି । ସେହିପରି ଭୁବନେଶ୍ୱରର ଜଣେ ୮୪ ବର୍ଷ ବୟସ୍କ ମହିଳା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି ଏହି ଜିଲ୍ଲାର ଜଣେ ୬୯ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟଛି । ସେ କ୍ରନିକ କିଡନି ରୋଗରେ ପୀଡିତ ଥିଲେ । ସେହିପରି ଭାବେ ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷୀୟ, ୬୫ ବର୍ଷୀୟ ପୁରୁଷ, à­­à­¦ ବର୍ଷୀୟା ମହିଳା, à­«à­¦ ବର୍ଷୀୟ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେହିଭଳି ଜିଲ୍ଲାର ଜଣେ à­«à­« ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ପୀଡିତ ଥିଲେ । ଜିଲ୍ଲାର ଅନ୍ୟ ଜଣେ à­«à­¦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ସୁନ୍ଦରଗଡ ଜିଲ୍ଲାର ଜଣେ à­­à­¨ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ । ପ୍ରକାଶଥାଉକି ଗତ à­§à­¦ ଦିନ ହେବ ରାଜ୍ୟରେ କରୋନା ମୃତୁ୍ୟ ଦୁଇ ଅଙ୍କରୁ କମି ନଥିବା ବେଳେ ଆଜି ସର୍ବାଧିକ à­§à­ª ଜଣଙ୍କ ମୃତୁ୍ୟ ଘଟିଛି । ଗତକାଲି ମଧ୍ୟ ଅନୁରୂପ ଭାବେ à­§à­© ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା :  ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା : ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

Read More...

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page