ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ

August 12, 2020, ବିଦେଶ, , Anupambharat News Bureau


ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ
Anupambharat News Bureau
August 12, 2020

ନୂଆଦିଲ୍ଲୀ: ଚୀନ ଲଗାତାର ଭାବେ ନିଜ ପଡୋଶୀଙ୍କୁ ଦୁର୍ବଳ ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରୁନାହିଁ । ଚୀନ ନିଜ ଶକ୍ତି ପ୍ରଦର୍ଶନ କରି ତାଇୱାନ ଆକଶ ସୀମା ଉଲଙ୍ଘନ କରିଥିଲା । ତାଇୱାନ ଆକାଶରେ ଚୀନ ବାୟୁସେନାର ଲଢୁଆ ବିମାନ ଗର୍ଜିଥିଲା ।
ତେବେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନ ଗସ୍ତ କରିବା ପରେ ଚୀନ ଏପରି କରିଥିବା ଜଣାପଡିଛି । ଚୀନ ଆମେରିକାର ସ୍‌ୱାସ୍ଥ୍ୟ ସଚିବ ଆଲେକ୍ସ ଆଜାରଙ୍କ ତାଇୱାନ ଗସ୍ତକୁ ବିରୋଧ କରିଛି । ଆଲେକ୍ସ ହେଉଛନ୍ତି ଗତ ୪୦ ବର୍ଷ ମଧ୍ୟରେ ତାଇପେ ଗସ୍ତ କରିଥିବା ଆମେରିକାର ପ୍ରଥମ ବରିଷ୍ଠ ଅଧିକାରୀ । କରୋନା ମୁକାବିଲା ପାଇଁ ଆମେରିକା ତାଇୱାନ ସହ ସମନ୍‌ୱୟ ରକ୍ଷା କରୁଛି । ତାଇୱାନ ମଧ୍ୟ ଚୀନର ପ୍ରଭୁତ୍ୱରୁ ଦୀର୍ଘଦିନ ହେବ ମୁକ୍ତି ପାଇବା ପାଇଁ ଚେଷ୍ଟା ଚଳାଇଛି । ତାଇୱାନର ବାୟୁସେନା କହିଛି ଯେ, ରାଷ୍ଟ୍ରପତି ସାଇ ଓ ଆଲେକ୍ସଙ୍କ ବୈଠକ ପୂର୍ବରୁ ଚୀନ ଲଢୁଆ ବିମାନ ସେନୟାଙ୍ଗ ଜେ-୧୧, ଚେଙ୍ଗଦୁ ଜେ ୧୦ ଜୋଙ୍କୁ ତାଇୱାନ ଆକାଶରେ ଉଡାଇଥିଲା । ଏହି ଲଢୁଆ ବିମାନ ତାଇୱାନର ଆକାଶ ମାର୍ଗ ଅତିକ୍ରମ କରିଥିଲେ ।
ଏପରି କରି ଚୀନ ଚେତାବନୀ ଦେବାକୁ ଚେଷ୍ଟା କରିଥିଲା । ତାଇୱାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚୀନ ଏପରି କରି ଆମେରିକା ଅଧିକାରୀଙ୍କୁ ଭୟଭୀତ କରିବାକ ଚେଷ୍ଟା କରିଥିଲା । ଏହି ସବୁ ଲଢୁଆ ବିମାନ ତାଇୱାନ ମିସାଇଲ ଟାର୍ଗେଟରେ ରହିଛନ୍ତି । ଟ୍ରମ୍ପ ପ୍ରଶାସନ ତାଇୱାନର ସ୍ୱାଧିନତାକୁ ନେଇ ପ୍ରୟାସ କରୁଛନ୍ତି । ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ଚୀନ ପାଇଁ ତାଇୱାନକୁ ଡବ୍ଲ୍ୟୁଏଚଏରେ ସାମିଲ କରାଯାଉ ନାହିଁ । ଏହା ଆଇନର ଉଲଙ୍ଘନ । ଚୀନର କମ୍ୟୁନିଷ୍ଟ ଦଲ ତାଇୱାନ ବିରୋଧରେ ଷଡଯନ୍ତ୍ର ରଚୁଛି । ଆମେରିକା ସ୍ୱାସ୍ଥ୍ୟ ସଚିବ ଆଜାର ତାଇୱାନ ରାଷ୍ଟ୍ରପତି ସାଇଙ୍କୁ କହିଛନ୍ତି ଯେ, ଏହା ଅତି ଗୌରବର କଥା କି ସେ ତାଇୱାନ ସହ ୱାସିଂଟନର ସମ୍ପର୍କ ନିବିଡ ହୋଇଛି ।
ଆମେରିକା ତାଇୱାନର ଅର୍ଥନୀତି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ଦେବ । କରୋନା ମୁକାବିଲାରେ ମଧ୍ୟ ତାଇୱାନ ଭଲ କରୁଛି । ଏବେ ତାଇୱାନରେ ପଡୋଶୀ ଦେଶ ତୁଳନାରେ କରୋନା ମାମଲା କମ୍‌ ରହିଛି । ପ୍ରତିଦିନ ମାତ୍ର ୪୮୦ରୁ ୫୦୦ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସୁଛି । କରୋନାକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହେବା ପରେ ତାଇୱାନର ନିକଟତର ହେଉଛି ୟୁଏସ । ତେବେ ଚାଇନା ପାଇଁ ଏବେସୁଦ୍ଧା ତାଇୱାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦସ୍ୟ ହୋଇପାରି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

Read More...

ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ

ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page