ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

August 12, 2020, ଓଡ଼ିଶା, , Anupambharat News Bureau


ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର
Anupambharat News Bureau
August 12, 2020

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ବୈଠକରେ ୨୦ଟି ପ୍ରସ୍ତାବକୁ ମଞ୍ଜରୀ ଦିଆଯାଇଛି । ଏଥିରେ ବିଭିନ୍ନ ଆକଫରେ ସଂଶୋଧନ, ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟରେ ଶିଳ୍ପ ନୀତି ଓ ଫ୍ୟାକଫ୍ରି ଆକଫରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଗୁଡିକୁ ମଞ୍ଜୁରୀ ପ୍ରଦାନ କରା ଯାଇଛି । କ୍ୟାବିନେଟରେ ଓଭରଟାଇମ ସମ୍ପର୍କିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରା ଯାଇଛି । ପୂର୍ବରୁ ୨୪୦ ଦିନ କାମ କଲା ପରେ ଛୁଟି ନେଇପାରୁଥିଲେ । ଏହା ୧୮୦ ଦିନକୁ ହ୍ରାସ କରାଯାଇଛି । ମହିଳା ମାନଙ୍କୁ ରାତି ଡୁ୍ୟଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳି ପାରିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାବିନେଟ୍‌ ବୈଠକରେ ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମାଲକାନଗିରି ଜିଲ୍ଲା କାଲିମେଳା, ବୈପାରୀଗୁଡ଼ା, ମୟୂରଭଞ୍ଜ ଜିଲ୍ଲା ସାରସକଣା, ଗୋପବନ୍ଧୁନଗର, ବାଲେଶ୍ୱର ଜିଲ୍ଲା ଭୋଗରାଇ, ରାୟଗଡ଼ା ଜିଲ୍ଲା କାଶୀନଗର, ଗୁମ୍ମା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ବୃହ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପଗୁଡ଼ିକରେ ୮୨୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରୁ ୯୧୧ଟି ଗାଁ ଉପକୃତ ହେବେ । ତ୍ରିପାଠୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏଥିଲାଗି ନିର୍ମଳ ଯୋଜନାକୁ ପରିବର୍ଦ୍ଧିତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ହସ୍ପିଟାଲଗୁଡ଼ିକ ଅଧିକ ପରିଷ୍କାରପରିଚ୍ଛନ୍ନ ହେବ । ନିର୍ମଳ ପ୍ଲସ ଯୋଜନାରେ ୪୫ଟି ବଡ଼ ନୂଆ ହସ୍‌ପିଟାଲ ଯୋଡ଼ି ହୋଇଛି । ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ୭ଟି ହସ୍‌ପିଟାଲ ସାମିଲ୍‌ ହେବ । କଳକାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଜୁଡ଼ିସିଆଲ କୋର୍ଟରେ ଷ୍ଟାମ୍ପ ପାଇଁ ଯେଉଁ ଫି’ ଅଛି, ତାହା ଇ-ମାଧ୍ୟମରେ ମଞ୍ଜୁୁରୀ ମିଳିଛି । ଗ୍ରୁପ ସି ପରୀକ୍ଷା ପାଇଁ ଆଉ ସାକ୍ଷାତକାର ହେବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରା ଯାଇଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଜମି ଯୋଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହ ମହାମାରୀ ଆଇନରେ
ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମୁହଁରେ ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲ୍ଳଂଘନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର । ସେହିଭଳି ବରଗଡ ଜିଲ୍ଲାର ବିଜେପୁର ଅଞ୍ଚଳକୁ ନିଶ୍ଚିତ ଜଳ ସେଚନ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ( ଲିଫଫ କେନାଲ ସିଷ୍ଟମ) ଟେଣ୍ଡରକୁ ମଞ୍ଜୁର କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

Read More...

ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ

ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page