ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

August 12, 2020, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା
Anupambharat News Bureau
August 12, 2020

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା(ସିଏଚଏସଇ) ପକ୍ଷରୁ ଆୟୋଜିତ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ପାସ ହାର ୭୦.୨୧ ପ୍ରତିଶତ ରହିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ଫଳ ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ବା ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ଗତ ବର୍ଷ ଏହି ପାସ ହାର ୭୨ ପ୍ରତିଶତ ଥିଲା ।ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ଅଥବା ୨୫,୩୩୯ ଜଣ ପିଲା ପାସ କରିଛନ୍ତି । ୨୦୧୯ରେ ୨୦୮୦୬ ଜଣ ପିଲା ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ୧୩୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାସ କରିଛନ୍ତି ଯାହାକି ଗତ ବର୍ଷ ୨୩୯୦୪ ଥିଲା । ୩ୟ ଶ୍ରେଣୀରେ ୧୮,୨୬୮ ଜଣ ବା ୧୯ ପ୍ରତିଶତ ପିଲା ପାସ କରିଛନ୍ତି ।ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପିଲା ପାସ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପିଲା ପାସ କରିଥିବା ଜଣା ପଡିଛି । ଉଲ୍ଲେଖନୀୟ ଯେ ଅଗଷ୍ଟ ୩ୟ ସପ୍ତାହରେ ବାଣିଜ ଓ ୪ର୍ଥ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏବର୍ଷ କରୋନା କଟକଣା ଓ ଲକଡାଉନ ଯୋଗୁଁ ଖାତାଦେଖା ବିଳମ୍ବିତ ହୋଇଥିଲା । ଏହା ଫଳରେ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି । ସିଏଚଏଇ ଦ୍ୱାରା ପରିଚାଳିତ ପ୍ଲସ-୨ ପରୀକ୍ଷାରେ ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାସ କରିପାରିନାହାନ୍ତି । ଏସବୁ ସ୍କୁଲ ବା ଜୁନିୟର କଲେଜଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

Read More...

ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page