ଭୁବନେଶ୍ୱର,୧୩ ଅଗଷ୍ଟ - କରୋନା ପାଇଁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ ରୋକ୍ ଲାଗିଛି । କଟକ ଓ ଭୁବନେଶ୍ୱରରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବନି ବୋଲି ଟ୍ୱିଟ୍ କରି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
କମିଶନରେଟ୍ ପୋଲିସ୍ ର ଟ୍ୱିଟ୍ ଅନୁଯାୟୀ କୋଭିଡ୍ - ୧୯ ମହାମାରୀ ସମୟରେ ଯେକୌଣସି ଧର୍ମୀୟ ସମାବେଶ ଉପରେ କଟକଣା ଲଗାଯାଇଛି । ତେଣୁ କଟକ ଭୁବନେଶ୍ୱରର କୌଣସି ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ମିଳିବ ନାହିଁ । ଏପରିକି ମୁମ୍ବାଇ ଭଳି ସହରରେ ମଧ୍ୟ ଚଳିତ ବର୍ଷ ଗଣପତି ଉତ୍ସବ ହେଉନାହିଁ । ତେଣୁ କମିଶନରେଟ୍ ପୋଲିସ୍ ସମସ୍ତଙ୍କ ସହଯୋଗ କାମନା କରିଛି ।