‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’

August 14, 2020, ଦେଶ, , Anupambharat News Bureau


‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’
Anupambharat News Bureau
August 14, 2020

ନୂଆଦିଲ୍ଲୀ,୧୪ା୮: କରୋନା ସଙ୍କଟକୁ ନିୟନ୍ତ୍ରଣ କରୁଥିବା ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି । ଏହି ମହାମାରୀ ଯୋଗୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନରେ କଟକଣା କରାଯାଇଛି ବୋଲି ସେ କହିଛନ୍ତି । ୭୪ତମ ସ୍ୱାଧୀନତା ଦିବସ ଅବ୍ୟବହିତ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ଭୋଧିତ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୋଭିଡ଼ ୧୯ ଚ୍ୟାଲଞ୍ଜକୁ ମୁକାବିଲା ଲାଗି ସରକାର ପ୍ରଭାବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଏହି ମହାମାରୀକୁ ରୋକିବାରେ ସଫଳ ହେବା ସହ ଦେଶର ବହୁ ଲୋକଙ୍କ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛି । ଯାହାକୁ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । କରୋନା ଭୂତାଣୁ ଲଢ଼େଇରେ ଜୀବନକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ପ୍ରତି ଦେଶ ଋଣୀ ବୋଲି ରାଷ୍ଟ୍ରପତି କହିଛନ୍ତି । ଅଯୋଧ୍ୟା ସ୍ଥିତ ରାମଜନ୍ମଭୂମି ସ୍ଥଳରେ ଗତ ୧୦ ଦିନ ପୂର୍ବେ ବିଶ୍ୱର ବୃହତ୍ତ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଭାରତୀୟମାନେ ଗର୍ବିତ ଅଟନ୍ତି । ଏହାବ୍ୟତୀତ ଲଦାଖ୍‌ର ପୂର୍ବ ଭାଗରେ ଜୁନ୍‌ ମାସରେ ଚୀନ୍‌ ସେନାଙ୍କ ସହିତ ସଂଘର୍ଷ ବେଳେ ଯେଉଁ ୨୦ ଜଣ ଭାରତୀୟ ସେନା ସହିଦ ହୋଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆତ୍ମନିର୍ଭରଶୀଳ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ଏ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ଆଲୋକପାତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବପାତର ରୂପ ନେଲା ଲଘୁଚାପ:  ଦୁଇ ଦିନ ପ୍ରବଳ ବର୍ଷିବ

ଅବପାତର ରୂପ ନେଲା ଲଘୁଚାପ: ଦୁଇ ଦିନ ପ୍ରବଳ ବର୍ଷିବ

Read More...

କଟକ , ଭୁବନେଶ୍ୱରରେ ଗଣେଶ ପୂଜା ମନା

କଟକ , ଭୁବନେଶ୍ୱରରେ ଗଣେଶ ପୂଜା ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page