ଆଇପିଏସ୍‌ ସ୍ତରରେ ଅଦଳବଦଳ

August 14, 2020, ଓଡ଼ିଶା, , Anupambharat News Bureau


ଆଇପିଏସ୍‌ ସ୍ତରରେ ଅଦଳବଦଳ
Anupambharat News Bureau
August 14, 2020

ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ ହୋଇଛି । କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ୨୦୦୨ ବ୍ୟାଚର୍‌ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୋଲିସ୍‌ ଆଣ୍ଡ ଟ୍ରାଫିକ୍‌ ଟ୍ରେନିଂ ଇନଷ୍ଟିଚୁ୍ୟଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍‌ ମନୋଜ କୁମାର ମହାନ୍ତଙ୍କୁ ଦେବଗଡ଼ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର ସ୍ଥିତ ଅର୍ବାନ ପୋଲିସ୍‌ ଆଣ୍ଡ ଟ୍ରାଫିକ୍‌ ଟ୍ରେନିଂ ଇନଷ୍ଟିଚୁ୍ୟଟର ପ୍ରିନ୍ସିପାଲ ଥିବା ଓଏପିଏସ୍‌ ବିଜୟ କୁମାର ସାହୁଙ୍କୁ ସପ୍ତମ ବାଟାଲିୟନର କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି । ଗତ ଜୁଲାଇ ୧୪ତାରିଖରେ ଦେବଗଡ଼ ଏସପି ଭାବେ ବଦଳି ହୋଇଥିବା ଓପିଏସ୍‌ ଏସସି ଜମାଦାରଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ପଦକ

ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ପଦକ

Read More...

ଅବପାତର ରୂପ ନେଲା ଲଘୁଚାପ:  ଦୁଇ ଦିନ ପ୍ରବଳ ବର୍ଷିବ

ଅବପାତର ରୂପ ନେଲା ଲଘୁଚାପ: ଦୁଇ ଦିନ ପ୍ରବଳ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page