ଅବପାତର ରୂପ ନେଲା ଲଘୁଚାପ: ଦୁଇ ଦିନ ପ୍ରବଳ ବର୍ଷିବ

August 14, 2020, ଓଡ଼ିଶା, , Anupambharat News Bureau


ଅବପାତର ରୂପ ନେଲା ଲଘୁଚାପ:  ଦୁଇ ଦିନ ପ୍ରବଳ ବର୍ଷିବ
Anupambharat News Bureau
August 14, 2020

ଭୁବନେଶ୍ୱର,୧୪ା୮(ଅନୁପମ ମିଡ଼ିଆ): ଉତ୍ତର ଓଡ଼ିଶା ଉପକୂଳ ଏବଂ ଗ୍ୟାଙ୍ଗଟିକ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ ଘନୀଭୂତ ହୋଇ େୱଲ ମାର୍କେଡ଼ ଲୋ ପ୍ରେସରରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଉତ୍ତର ଓଡିଶା ଉପକୂଳ, ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗ୍ୟାଙ୍ଗଟିକ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି । ଏହା ଆଗାମୀ ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ଅବପାତ ର ରୂପ ନେବା ସହ , ଉତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।ଏହା ସହ ଜଡିତ ଘୁର୍ନିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଇଁ ବ୍ୟାପିଛି । ଏହା ପ୍ରଭାବରେ ଓଡିଶା ଉପକୂଳ ତଥା ତାହାର ଆଖପାଖ ଅଞ୍ଚଳରେ ପବନ ତିନି ଦିନ ଯାଇଁ ୪୫ ରୁ ୫୫ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର ଆଦି ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଖୋର୍ଦ୍ଧା,ନୟାଗଡ଼, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏସ୍‌ ସ୍ତରରେ ଅଦଳବଦଳ

ଆଇପିଏସ୍‌ ସ୍ତରରେ ଅଦଳବଦଳ

Read More...

‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’

‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page