ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

May 19, 2019, ଓଡ଼ିଶା, , Anupambharat News Bureau


 ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Anupambharat News Bureau
May 19, 2019

କଟକ, ୧୯ା୫ (ଅନୁପମ ମିଡିଆ): ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ରାବାସର ୪୨ ନମ୍ବର କୋଠରୀରୁ ଜଣେ ଦ୍ୱିତୀୟ ବର୍ଷ ଆଇନ ଛାତ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ମାଲଗୋଦାମ ଥାନା ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଂଚଳ ଘୋଷରର ଅଜିତ ସେଠୀ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅଜିତ ତାଙ୍କ କୋଠରୀରେ ଏକୁଟିଆ ଥିବା ବେଳେ ତାଙ୍କ ଗାମୁଛା ସାହାଯ୍ୟରେ ପଙ୍ଖାରେ ଫାଶି ଦେଇଦେଇଥିଲେ । ଏସଂପର୍କରେ ତାଙ୍କ ସହପାଠୀମାନେ ସୂଚନା ପାଇ କବାଟ ଭାଙ୍ଗି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ରବିବାର ସକାଳୁ ମାଲଗୋଦାମ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇବା ସହ ତାଙ୍କ ମୋବାଇଲ ଜବତ କରିଛି । ଏସଂପର୍କରେ ଅଜିତଙ୍କ ପିତା ବବ୍ରୁବାହାନ ସେଠୀଙ୍କ ଅଭିଯୋଗ ଆଧାରରେ ୨୪/୨୦୧୯ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅଜିତର ତା’ର ଜଣେ ସହପାଠୀ ସହ ଦୀର୍ଘ ଦିନରୁ ପ୍ରେମ ସଂପର୍କ ରହିଥିଲା । ସଂପୃକ୍ତ ଛାତ୍ରୀ କଟକ ଛାଡି ବାଲେଶ୍ୱର ଚାଲିିଯିବା ପରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗତକାଲି ରାତିରେ ସେ ତାଙ୍କ ପ୍ରେମିକାଙ୍କ ସହ ଭିଡିଓ କଲିଂରେ କଥା ହୋଇ ପ୍ରେମରେ ଧୋକା ଖାଇଥିବାରୁ ଆତ୍ମହତ୍ୟା କରୁଥିବା ତାଙ୍କୁ ଜଣାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

Read More...

ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page