କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

May 19, 2019, ଓଡ଼ିଶା, , Anupambharat News Bureau


 କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!
Anupambharat News Bureau
May 19, 2019

ପିପିଲି, ୧୯ା୫ (ଅନୁପମ ମିଡିଆ): ସାମୁଦ୍ରିକ ଝଡ ବାତ୍ୟା ଫନି ପିପିଲି ଅଂଚଳ ସମେତ ସମଗ୍ର ଜିଲ୍ଲାର କତା ଶିଳ୍ପର ବହୁତ କ୍ଷତି ଘଟାଇଛି । ପିପିଲି ଅଂଚଳରେ ବହୁଳ ଭାବେ କତାଶିଳ୍ପ ଗଢି ଉଠିଥରଲା ବେଳେ ଫନି ବାତ୍ୟା ମାଡରେ ଧ୍ୱଂସ ବିଧ୍ୱସ୍ତ ହୋଇଯାଇଛି । ପ୍ରତ୍ୟେକ କତାଶିଳ୍ପରେ ପାଖାପାଖି ୨୦ଜଣ ଶ୍ରମିକ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ ।
ପିପିଲି ଅଂଚଳରେ ଛୋଟ ବଡ ହୋଇ ଶତାଧିକ କତାଶିଳ୍ପ ଗଢି ଉଠିଥରଲା ବେଳେ ଏଥିରେ ପ୍ରାୟ ୩ହଜାର ଶ୍ରମିକ ନିଯୁକ୍ତି ପାଇଥିଲେ ।କତା କାରଖାନାରୁ ବିଭିନ୍ନ କିଶମର ଦଉଡି, ରଶି, ପାପୋଚ୍ଛା, ଗଦି ପାଇଁ ପାରୁକତା ଆଦି ବିଭିନ୍ନ କିସମର ସାମଗ୍ରୀ ଉପିାଦନ ହୋଇଥିଲା । ଲକ୍ଷ ଲକ୍ଷ ଟଂକା ଖର୍ଚ କରି କତାଶିଳ୍ପ ପାଇଂ ଆବଶ୍ୟକ ଯନ୍ତ୍ରପାତି କିଣି ବସାଇ ବିଭିନ୍ନ ସାମଗ୍ରୀ ମାନ ଉପିାଦନ କରୁଥିଲେ । ସେହି ସାମଗ୍ରୀକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପଠାଇ ବେଶ ଦିପଇସା ରୋଜଗାର କରୁଥିଲେ । ଶ୍ରମିକ ମାନଙ୍କର ମାସିକିଆ ଦରମା ଦେବା ସହିତ ନିଜେ ମଧ୍ୟ କିଛି ଅର୍ଥ ରୋଜଗାର କରି ତାଙ୍କ ପରିବାର ଚଳାଉଥିଲେ । ମାତ୍ର ବାତ୍ୟା ଫନି ସବୁ ଉଜାଡି ଦେଲା । ରାଜ୍ୟ ସରକାର ମଧ୍ୟ କତା ଶିଳ୍ପ ପାଇଁ କିଛି ବ୍ୟବସ୍ଥା କଲେ ନାହିଁ । ପିପିଲିର ସମସ୍ତ କତାଶିଳ୍ପର କ୍ଷତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କର କତାଶିଳ୍ପ ମାଲିକ ମାନେ ’କଣ ସାବତ ପୁଅ ବୋଲି’ , ପିପିଲି ବ୍ଲକ ନୁଆଶାସନ ପଂଚାୟତ ମହିନିପିଢି ଗ୍ରାମର ସତ୍ୟସାଇ କୟାର ଇଣ୍ଡଷ୍ଟ୍ରିର ମାଲିକ ଲକ୍ଷ୍ମୀ ନାରାୟଣ ସାହୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

Read More...

 ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page