ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

May 19, 2019, ଓଡ଼ିଶା, , Anupambharat News Bureau


ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା
Anupambharat News Bureau
May 19, 2019

ଚଣ୍ଡିଖୋଲ,୧୯ା୫ (ଅନୁପମ ମିଡିଆ): ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର (ଚଡ଼େଇଧରା) ନିକଟରେ ଏକ ମେଘା କ୍ରର୍ସର ଚଳାଉଥିବା ଏନ.କେ.ସି ଠିକା କମ୍ପାନୀର ମନମାନୀ ଯୋଗୁ ସେହି କମ୍ପାନୀରେ କାମ କରୁଥିବା ଜଣେ ଗରିବ ରୋଷେୟାଙ୍କ ଜୀବନ ଦୃର୍ବିସହ ହୋଇ ପଡ଼ିଛି । ଗତ ବର୍ଷ ଏପ୍ରିଲ୍‌ ୧୬ ତାରିଖ ଦିନ କମ୍ପାନୀ ପକ୍ଷରୁ ଲୁଚାଇ ରଖାଯାଇଥିବା ଇଡ଼ି ବିଷ୍ପୋରଣରେ ଏହି ଗରିବ ରୋଷେୟା ଜଣଙ୍କ ଗୁରୁତର ଆହତ ହେବା ସାଙ୍ଗକୁ ଦୁଇଟିଯାଙ୍କ ଆଖି ହରାଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସେତେବେଳେ ସ୍ଥାନୀୟ ପୋଲିସ ଓ ପ୍ରାାସନକୁ ହାତ କରିବା ସହ ରେଷେୟା ଓ ତାଙ୍କ ପରିବାରକୁ ସମସ୍ତ ସହାୟତା ଓ କ୍ଷତି ପୁରଣ ଦେବକୁ ପ୍ରତିଶୃତି ଦେଇ ଘଟଣାକୁ ଚପାଇ ଦେବା ପରେ ଏବେ ଏହି କ୍ଷତିଗ୍ରସ୍ଥ ରୋଷେୟାଙ୍କୁ ପତାରଣା କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଝାଡ଼ଖଣ୍ଡ ରାଜ୍ୟର ଚୈତ୍ରା ଜିଲା ଦିଘି ଗ୍ରାମର ଏହି ଗରିବ ରୋଷେୟା ଶୁଶାନ୍ତ କୁମାର ସିଂ ଓ ତାଙ୍କ ବାପା ନଗୀନ ପ୍ରସାଦ ସିଂ ୧୮ ତାରିଖ ଦିନ ଜେନାପୁର ଥାନାରେ ପହଞ୍ଚି କମ୍ପାନୀ ବିରୋଧରେ ଲିଖିତ ଏତଲା ଦେବା ସହ ଘଟଣାର ଖୁଲାସା କରିଛନ୍ତି । ସେ ଜଣେ ଗରିବ ଲୋକ ଭାବେ କମ୍ପାନୀରେ କାର୍ଯ୍ୟରତ ଥିଲା ବେଳେ ଏପରି ଦୁଃଖଦ ଘଟଣା ଘଟି ସବୁ ଦିନ ପାଇଁ ସେ ଅକର୍ମନ୍ୟ ହୋଇପଡ଼ିଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତି ପୁରଣ ପ୍ରଦାନ ପାଇଁ ଦାବୀ କରିଛନ୍ତି । ଏ ସମ୍ପର୍କରେ କମ୍ପାନୀର ସ୍ଥାନୀୟ ମ୍ୟାନେଜର ଉତ୍ତମ କୁମାର ସାମଲ ଓ ଜେନେରାଲ ମ୍ୟାନେଜର କେ.କେ ସିଂଙ୍କୁ ବାରମ୍ବାର ଯୋଗ ଯୋଗ କରିଥିଲେ ମଧ୍ୟ ସେମାନେ ମିଥ୍ୟା ପ୍ରତିଶୃତି ଦେଇ ତାଙ୍କୁ ପତାରଣା କରିଚାଲିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ଏହି କ୍ଷତିଗସ୍ତ କରିବା ଏନ.କେ.ସିର ଦିଲ୍ଲୀ କାର୍ଯ୍ୟାଳୟ ସହ ଯୋଗ ଯୋଗା କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ କ୍ଷତି ପୁରଣ ମିଳିପାରିନଥିବାରୁ ଏବେ ତାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ ଚଳିବା ପାଇଁ ରାହା ନାହିଁ । ଏଣୁ ତାଙ୍କୁ କମ୍ପାନୀ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ସେ ଦାବୀ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ,  ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ, ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

Read More...

ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page