ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ, ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

May 19, 2019, ଓଡ଼ିଶା, , Anupambharat News Bureau


ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ,  ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା
Anupambharat News Bureau
May 19, 2019

ଭୁବନେଶ୍ୱର, ୧୯ା୫ (ଅନୁପମ ମିଡିଆ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଭାରତର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ସ୍ଥାନୀୟ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୩.୪ କୋଟିରୁ ଅଧିକ ଟଙ୍କାର ସହଯୋଗ ପ୍ରଦାନ କରାଯାଇଛି । ଆକ୍ସିସ ବ୍ୟାଙ୍କର ସଭାପତି ଓ ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ ଶ୍ରୀଯୁକ୍ତ ରବିନାରାୟଣନ ଓଡ଼ିଶାର ମୁଖ୍ୟ ସଚିବ ଆଇଏଏସ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅର୍ଥ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର କେ ମିନାଙ୍କୁ ସାକ୍ଷାତ କରିଥିଲେ ଏବଂ ରାଜ୍ୟରେ ବ୍ୟାଙ୍କର ରିଲିଫ ପଦକ୍ଷେପ ବିଷୟରେ ସେମାନଙ୍କୁ ଅବଗତ କରିଥିଲେ ।କ୍ଷେତ୍ର ଭିତିରେ ରିଲିଫ କାର୍ଯ୍ୟ ପ୍ରତି ସହାୟତା ପ୍ରଦାନ କରିବା ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନଙ୍କୁ ଆକ୍ସିସ ବ୍ୟାଙ୍କ ପକ୍ଷରୁ ୨.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଓଡ଼ିଶାରେ ମାଇକ୍ରୋଫାଇନାନ୍ସ ସେବା ପ୍ରଦାନ କରୁଥିବା ବ୍ୟାଙ୍କର ଗ୍ରାମୀଣ ବ୍ୟାଙ୍କିଙ୍ଗ ୟୁନିଟ ଆକ୍ସିସ ସହାୟତା ଅଧିନରେ ଆକ୍ସିସ ସହଯୋଗ ଭାବେ ଏହା କେବଳ ଓଡ଼ିଶାର ଗ୍ରାମାଂଚଳରେ କେବଳ ଏହାର ମାଇକ୍ରୋଫାଇନାନ୍ସ ଗ୍ରାହକଙ୍କ ପାଇଁ ନୁହେଁ ବରଂ ସମସ୍ତ ନାଗରିକଙ୍କ ପାଇଁ ବିପର୍ଯ୍ୟୟ ରିଲିଫ କାର୍ଯ୍ୟ କରୁଅଛି । ପୁନଶ୍ଚ, ଆକ୍ସିସ ସହାୟତା ଅଧୀନରେ ଏହା ରାଜ୍ୟର ସର୍ବାଧିକ ପ୍ରଭାବିତ ହୋଇଥିବା ଆଭ୍ୟନ୍ତରୀଣ ଅଂଚଳର ରିଲିଫ କାର୍ଯ୍ୟ ପାଇଁ ଅତିରିକ୍ତ ୧ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟାଙ୍କ ପ୍ରତିବଦ୍ଧ । ପୁନଶ୍ଚ, ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଏହାର ନିରନ୍ତର ଜୀବିକା କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସିଏସଆର ପଦକ୍ଷେପ ଜରିଆରେ ୯.୫ କୋଟି ଟଙ୍କା ନିବେଶ କରାଯାଇଛି । ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ ହୋଇଥିବା ଏଜେନ୍ସିଗୁଡ଼ିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଶ୍ରୀଯୁକ୍ତ ରବି ନାରାୟଣନ, ସଭାପତି ଓ ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ, ଆକ୍ସିସ ବ୍ୟାଙ୍କ କହିଛନ୍ତି ଯେ, ନ୍ତରାଜ୍ୟରେ ଭ୍ରାମ୍ୟମାଣ ଭ୍ୟାନ, ମାଇକ୍ରୋ-ଏଟିଏମ ଓ ପିଓଏସ ମେସିନ ଆଦିର ବ୍ୟବହାର ଜରିଆରେ ଜଟିଳ ଏବଂ ସାଧାରଣ ଭିତିଭୂମିର ପୁନରୁଦ୍ଧାର ଦିଗରେ ଆକ୍ସିସ ବ୍ୟାଙ୍କର କର୍ମଚାରୀ ଓ ସହଯୋଗୀମାନେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କତୃର୍ପକ୍ଷଙ୍କ ସହ ମିଶି ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି । ଆମର ଶାଖା ଓ ଏଟିଏମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଆମେ ନିଶ୍ଚିତ କରିଛୁ ଏବଂ ଲୋକମାନେ ଯେଭଳି ସୁବିଧାରେ ଯେକେଣସି ସମୟରେ ପାଣ୍ଠି ପାଇପାରିବେ ସେଥିପାଇଁ ଅତିରିକ୍ତ ଭିତିଭୂମିର ବ୍ୟବସ୍ଥା କରିଛୁ । ଓଡ଼ିଶାର ଲୋକମାନେ ଯେଭଳି ନିଜ ଜୀବନକୁ ପୁଣି ଥରେ ଗଢିପାରିବେ ଏବଂ ଯଥାଶୀଘ୍ର ସ୍ୱାଭାବିକତାକୁ ଫେରିପାରିବେ ତାହାକୁ ନିଶ୍ଚିତ କରିବା ପ୍ରତି ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ ।’ଗ୍ରାହକମାନେ ସାମ୍ନା କରୁଥିବା କଷ୍ଟକୁ ଦୂରକରିବା ଲକ୍ଷ୍ୟ ନେଇ ଆକ୍ସିସ ବାଙ୍କ ପକ୍ଷରୁ ବିଭିନ୍ନ ଶୁÂ ବା ଚାର୍ଜ ଉଚ୍ଛେଦ କରାଯାଇଛି ଓ ଏହାର ବିଭିନ୍ନ ଉତ୍ପାଦ ଓ ସେବାର ପେମେଂଟ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସୁବିଧାରେ ଟଙ୍କା ପେମେଂଟ ପାଇଁ ବ୍ୟାଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନରେ ୭ ପିଓଏସ ଓ ୭ ମାଇକ୍ରୋ-ଏଟିଏମ ସ୍ଥାପନ କରାଯାଇଛି ଏବଂ ଏକ ମୋବାଇଲ ବା ଭ୍ରାମ୍ୟମାଣ ଏଟିଏମକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି ଯାହା କେବଳ, ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନୁହେଁ ବରଂ ସାରା ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ।ପୁନଶ୍ଚ, ବ୍ୟାଙ୍କ ତରଫରୁ ଏହାର କର୍ମଚାରୀ ସହଯୋଗ କାର୍ଯ୍ୟକ୍ରମ ଆକ୍ସିସ କେୟାର୍ସ ଜରିଆରେ ଏହାର କର୍ମଚାରୀଙ୍କ ଠାରୁ ଓଡ଼ିଶା ରିଲିଫ ନିମନ୍ତେ ସହାୟତା ପାଣ୍ଠି ଯୋଗାଡ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା,  କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା, କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

Read More...

ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page