ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା

November 26, 2020, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା
Anupambharat News Bureau
November 26, 2020

ପୁରୀ, ୨୬ା୧୧ (ଅନୁପମ ମିଡିଆ): ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ରୋକିବାକୁ ଶ୍ରୀମନ୍ଦିରର ଚାରି ଦ୍ୱାରରେ ସ୍ୱତନ୍ତ୍ର ବାରିକେଡ୍‌ କରାଯାଇଛି । ଚାରି ଜଣିଆ ସ୍ୱତନ୍ତ୍ର ଟିମ୍‌ ସିସିଟିଭି ଯାଞ୍ଚ କରୁଛନ୍ତି । ସେହିପରି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଆଜି ରାତି ୨ଟାରୁ ୧୪୪ ଧାରା ଜାରୀ କରାଯିବ ବୋଲି ପୁରୀ ଏସପି କେ. ବିଶାଲ ସିଂହ ସୂଚନା ଦେଇଛନ୍ତି । ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି କଟକଣା ବଳବତର ରହିବ । ଏଥିସହିତ ସୁରକ୍ଷା ଦାୟୀତ୍ୱରେ ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୭ ଜଣ ଡିଏସପି ଓ ଦୁଇ ଜଣ ଏଏସପି ଦାୟୀତ୍ୱରେ ରହିବେ ବୋଲି ସେ କହିଛନ୍ତି ।ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସାଧାରଣ ଭକ୍ତ ଏହି ଦୁର୍ଲଭ ଦର୍ଶନ ବଞ୍ଚିତ ହେଉଛନ୍ତି । ଗୁରୁବାର ରାତି ୨ଟାରୁ ହରଚଣ୍ଡୀ ସାହି ଚକ୍ରକୋଟରୁ ଶୋଭାଯାତ୍ରାରେ ଘଣ୍ଟଘଣ୍ଟା କାହାଳୀ ବାଜି ଏହି ବେଶର ସାଜକୁ ଶ୍ରୀମନ୍ଦିରକୁ ଅଣାଯିବ । ଦୀର୍ଘ ଏକମାସ ଧରି ଏହି ବେଶ ପ୍ରସ୍ତୁତ ପାଇଁ ବଳରାମ ଖୁଣ୍ଟିଆଙ୍କ ସହ କାରିଗରମାନେ ଅକ୍ଳାନ୍ତ ପରିଶ୍ରମ କରି ନାଗାର୍ଜୁନ ବେଶ ପ୍ରସ୍ତୁତ କରିଛନ୍ତି । ଏହି ବେଶରେ ଷୋଳକଳା ସଂପନ୍ନ କଳାଠାକୁର ଷୋଳପ୍ରକାର ଅସ୍ତ୍ରଶସ୍ତ୍ର ଧରି ବୀରବେଶରେ ସଜ୍ଜିତ ହେବେ । ପର୍ଶୁରାମ ସହସ୍ରାର୍ଜୁନଙ୍କୁ ବଦ୍ଧ କରିଥିଲେ । ଏହି ସ୍ମୃତି ରକ୍ଷା କରିବା ପାଇଁ ଏହି ବେଶ କରାଯାଉଛି ବୋଲି କଥିତ ଅଛି । ଯେଉଁବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୬ଦିନ ପଡିଥାଏ ସେହି ବର୍ଷ ମଳତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ପ୍ରଭୁଙ୍କ ଷୋଳପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟରେ ବାଙ୍କଛୁରୀ, କଟାରୀ, ରଞ୍ଜକଦାନି, ସିଙ୍ଗଡା, ସିଙ୍ଘା, ଖଣ୍ଡା, ଢାଲ, ତ୍ରୁଶୂଳ, ତେଣ୍ଟା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧାରଣ କରିବେ । ରତ୍ନ ଭଣ୍ଡାରରୁ ସୁନାର ଶଙ୍ଖ, ଚକ୍ର, ପଦ୍ମ ଅଣାଯାଇ ଲାଗି କରାଯିବ । ନାଗାୁର୍ଜନ ସାଜ ପାଇଁ ବେତ, ବାଉଁଶ, ସୋଲ, ଜରି, ଜମ୍ବୁରା ଓ କନା ବ୍ୟବହାର କରାଯାଇଛି । ନାଗାର୍ଜୁନ ବେଶ ୧୯୬୬ ମସିହା ନଭେମ୍ବର ୨୬, ୧୯୬୭ ନଭେମ୍ବର ୧୬, ୧୯୬୮ ମସିହା ନଭେମ୍ବର ୩ ଲଗାତାର ତିନିବର୍ଷ ପଡିଥିଲା । ସେହିପରି ୧୯୯୩ ନଭେମ୍ବର ୨୬, ୧୯୯୪ ନଭେମ୍ବର ୧୬ରେ ଦୁଇବର୍ଷ ଲଗାତାର ପଡିଥିଲା । ଚଳିତବର୍ଷ ନଭେମ୍ବର ୨୭ ନାଗାର୍ଜୁନ ବେଶ ହେଉଥିବା ବେଳେ ଆସନ୍ତାବର୍ଷ ଏହି ବେଶ ପଡିବ ବୋଲି କୁହାଯାଉଛି । ୧୯୯୬ ମସିହାରେ ନବକଳେବର ପଡିଥିବାବେଳେ ୨୦୧୫ରେ ନବକଳେବର ପଡିଥିଲା । ଏହି ସମୟରେ ଥିବା ପୁରୁଣା ବିଗ୍ରହଙ୍କୁ ନାଗାର୍ଜୁନ ବେଶ କରାଯାଇପାରିନଥିଲା । ଏକବିଂଶ ଶତାଦ୍ଦୀର ନୂଆ ଠାକୁର ଏହି ବେଶ ଧାରଣ କରିବେ । ଏହି ଦୁର୍ଲଭ ବେଶ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି କଥିତ ଅଛି । ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଏହି ଦୁର୍ଲଭ ଦର୍ଶନରୁ ଭକ୍ତ ବଞ୍ଚିତ ହେଉଥିବାରୁ ଅନେକ ଭକ୍ତ ମ୍ରିୟମ୍ରାଣ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ

କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page