କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ

November 26, 2020, ଓଡ଼ିଶା, , Anupambharat News Bureau


କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ
Anupambharat News Bureau
November 26, 2020


ଭୁବନେଶ୍ୱର, ୨୬ା୧୧ (ଅନୁପମ ମିଡିଆ): କେନ୍ଦ୍ର ସରକାରଙ୍କର ନୂତନ କୃଷି ନୀତି ଓ ଶ୍ରମ ଆଇନ୍‌ ବିରୋଧରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ପାଳନ କରାଯାଇଛି । ଏହାକୁ ବିଭିନ୍ନ ବାମପନ୍ଥୀ ଦଳ , କୃଷକ ସଂଗଠନ ଓ କଂଗ୍ରେସ ସମର୍ଥନ କରିଥିଲେ । ଅତ୍ୟାବଶ୍ୟକୀୟ ସେବାକୁ ବାଦ୍‌ ଦେଇ ବିଭିନ୍ନ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଥିଲା । ଫରୱାର୍ଡ ବ୍ଲକ ଓ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଗୁରୁବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ ରେ ରେଳରୋକ କରାଯାଇଥିଲା । ସେହିପରି ଭୁବନେଶ୍ୱର ଠାରେ ଥିବା ଆରବିଆଇ ଓ ଷ୍ଟେଟ୍‌ ବ୍ୟାଙ୍କ୍‌ ମୁଖ୍ୟ ଶାଖା ସମ୍ମୁଖରେ ମଧ୍ୟରେ ଧାରଣା ଦିଆଯାଇଥିଲା ଏବଂ ପ୍ରମୁଖ ଛକ ଗୁଡିକରେ ପିକେଟିଂ କରି ରାସ୍ତା ଅବରୋଧ କରାଯାଇଥିଲା । ସକାଳେ ସିପିଆଇ, ଏଆଇଟିୟୁସି ଓ ବିକେଏମ୍‌ୟୁର କର୍ମୀମାନେ ସିପିଆଇ ଜୋନ ସମ୍ପାଦକ ସୁର ଜେନା ଓ ସହସମ୍ପାଦକ କୈଳାସ ପୁହାଣ, ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଓ ବିକେଏମୟୁର ବନମାଳି ବାଈଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇ (ଏମଏଲ)ର ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ମଧ୍ୟ ରେଳରୋକୋ କରାଯାଇଥିଲା । ଏହାପରେ ସିପିଆଇ ଓ ଏଆଇଟିୟୁସିର କର୍ମୀମାନେ ମାଷ୍ଟରକ୍ୟାଂଟିନସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ‘ମୋ ବସ୍‌’ ସମ୍ମୁଖରେ ପିକେଟିଂ କରି ପରେ ରାଜମହଲ ଛକ ଓ ସମଗ୍ର ଅଶୋକ ନଗର ଅଂଚଳରେ ଶୋଭାଯାତ୍ରାରେ ଯାଇ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ କରାଇଥିଲେ । ଠିକ୍‌ ସେଇଭଳି ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ, ପଟିଆ ଛକ ଓ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଏଆଇଟିୟୁସିର ରାଜ୍ୟ କୋଷାଧ୍ୟକ୍ଷ ସିଭିଏନ ରାଓ, ସିପିଆଇ ଜିଲ୍ଲା ସମ୍ପାଦକ ନୃସିଂହ ବେହେରା ଓ ଶୁଭାଶିଷ ସ୍ୱାଇଁଙ୍କ ନେତୃତ୍ୱରେ ପିକେଟିଂ କରାଯାଇଥିଲା । ଏଆଇଏସଏଫ ଓ ଅଖିଳ ଭାରତ ଯୁବସଂଘର କର୍ମୀମାନେ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ ।ପୂର୍ବାହ୍ନ ୧୧ଟାବେଳେ ରାଜମହଲ ଛକ ନିକଟରୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ବାମପନ୍ଥୀ ଦଳମାନଙ୍କର ଏକ ମିଳିତ ଶୋଭାଯାତ୍ରା ବାହାରିଥିଲା । ଏହାର ନେତୃତ୍ୱ ନେଇଥିଲେ ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଂଟିଆ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଏଚଏମଏସର ବୀରେନ୍ଦ୍ର ପ୍ରତାପ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ପ୍ରମୁଖ ନେତୃବର୍ଗ । ମାଷ୍ଟରକ୍ୟାଂଟିନ ଛକ ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ମିଳିତ ଶୋଭାଯାତ୍ରାରେ ସାମିଲ ହୋଇ ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ । ଲୋୟର ପିଏମ୍‌ଜିଠାରେ ଆଇନ ଅମାନ୍ୟ କରି ଆଗକୁ ଅଗ୍ରସର ହେବାରୁ ଶତାଧିକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରି ପରେ ଛାଡ଼ି ଦେଇଥିଲା ।
ସିପିଆଇ(ଏମ୍‌-ଏଲ) ରେଡ଼ ଷ୍ଟାର, ଟିୟୁସିଆଇ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ, ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ, ବସ୍ତି ସୁରକ୍ଷା ମଂଚ, ଘରୋଇ ମହିଳା ଶ୍ରମିକ ୟୁନିୟନ ପକ୍ଷରୁ ସକାଳ୬.୩୦ରୁ ଆଇଗିଣିଆ ଛକ ଏବଂ କ୍ରାଉନ ହୋଟେଲ ନିକଟରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ହଜାର ହଜାର ଟ୍ରକ, ବସ ଅଟକି ରହିଥିଲା । ଦୀର୍ଘ ୪ ଘଂଟା ଜାତୀୟ ରାଜପଥ ଅବରୋଧ ପରେ ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଲିସ ୨୦୦ ରୁ ଉର୍ଦ୍ଧ୍ୱ ଆନ୍ଦୋଳଙ୍କାରୀଙ୍କୁ ବଳପୂର୍ବକ ଗିରଫ କରିଥିଲା ଏବଂ ପରେ ଛାଡ଼ିଥିଲା ।
ସେହିପରି ପାର୍ଲେ ଲିଙ୍ଗରାଜ ବିସ୍କୁଟସ ୱର୍କରସ ୟୁନିୟନ, ଶିଳ୍ପ ଶ୍ରମିକ ମହାସଂଘ, ଓଡିଶା ଓ ଟିୟୁସିଆଇ ପକ୍ଷରୁ ସ୍ଥାୟୀ, ଅସ୍ଥାୟୀ ଓ ଠିକା ଶିଳ୍ପ ଶ୍ରମିକ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଶିଖରଚଣ୍ଡୀ ମନ୍ଦିର ନିକଟରୁ ବାହାରି ରାସ୍ତାରେ ସବୁ କାରଖାନା ସମ୍ମୁଖ, ବଜାର, ଛକରେ ପିକେଟିଂ କରି କରି ଡମଣା ଛକରେ ପହଂଚି ସେଠାରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ

ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ

Read More...

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page