ମୁମ୍ବାଇ: ଦେହଜୀବୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବେ ମହାରାଷ୍ଟ୍ର ସରକାର । ପ୍ରତି ଦେହଜୀବୀଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇବାକୁ ମହାରାଷ୍ଟ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି । ଅକେଫାବରରୁ ଡିସେମ୍ବର ଯାଏଁ ଏହା ପ୍ରଦାନ କରାଯିବ ।
ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର କହିଛନ୍ତି ଯେ, ଏହି ଯୋଜନାରେ ସରକାର ୫୦ କୋଟି ଚଙ୍କା ଖର୍ଚ୍ଚ କରିବେ । ଏହାସହ ଯେଉଁ ଦେହଜୀବୀଙ୍କ ଶିଶୁମାନେ ସ୍କୁଲ ଯାଉଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟ କରିବାରେ ମହାରାଷ୍ଟ୍ର ହେଉଛି ଦେଶର ପ୍ରଥମ ରାଜ୍ୟ ।