ଭଲ କାମ କରୁଛି ଚୀନ୍‌ର କରୋନା ଟିକା: କିମ୍‌

December 01, 2020, ଦେଶ, , Anupambharat News Bureau


ଭଲ କାମ କରୁଛି ଚୀନ୍‌ର କରୋନା ଟିକା: କିମ୍‌
Anupambharat News Bureau
December 01, 2020

ସିଓଲ୍‌: କରୋନା ମହାମାରୀ ସାରା ବିଶ୍ୱରେ ସଂହାରଲୀଳା ଚଳାଇଛି । ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବିଭିନ୍ନ ଦେଶ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । କି;ୁ ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ କରୋନା ସଂକ୍ରମଣକୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରିନାହିଁ ।
ଏପରିକି ଦେଶରେ କରୋନା ସଂକ୍ରମଣ ଓ ଏଥିରେ ମୃତ୍ୟୁ ସଂଖ୍ୟ ସମ୍ପର୍କରେ ବିଶ୍ୱ ଅଜ୍ଞ । ଏହାରି ଭିତରେ ମିଳିଥିବା ଏକ ଖବର ଉତ୍ତର କୋରିଆରେ କରୋନା ଭୟ ଅନ୍ୟ ଦେଶ ଭଳି ଅଧିକ ରହିଥିବା ଜଣାପଡ଼ିଛି ।
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନଙ୍କୁ ଚୀନ କରୋନା ଭ୍ୟାକ୍ସିନ୍‌ ପ୍ରଦାନ କରିଥିବା ନେଇ ମଙ୍ଗଳବାର ଆମେରିକା ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା ମିଳିଛି । କେବଳ କିମ୍‌ ନୁହେଁ ବରଂ ତାଙ୍କ ପରିବାର ଓ ଅନ୍ୟ ବଡ଼ ବଡ଼ ଅଧିକାରୀ ଗତ ୨-୩ ସପ୍ତାହ ମଧ୍ୟରେ ଚୀନର ପରୀକ୍ଷଣରତ କରୋନା ଭ୍ୟାକସିନ୍‌ ନେଇଥିବା ଜଣାପଡ଼ିଛି । ତେବେ କେଉଁ କମ୍ପାନୀ ଏହି କରୋନା ଭ୍ୟାକସିନ୍‌ ଉତ୍ତର କୋରିଆ ପଠାଇଛି ଏବଂ ଏହା କେତେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ସେନେଇ ଜଣାପଡ଼ି ନଥିବା ୱାସିଂଟନରେ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟରତ ଉତ୍ତର କୋରିଆର ହାରି କାଜିଆନିସ୍‌ କହିଛନ୍ତି ।
ତେବେ ଚୀନର ତିନୋଟି କମ୍ପାନୀ ସିନୋଭାକ୍‌ ବାୟୋଟେକ୍‌ ଲିମିଟିଡେ୍‌, କାନସିନୋବାୟୋ ଓ ସିନୋଫାର୍ମ ଗ୍ରୁପ୍‌ ମିଳିତ ଭାବେ ଗୋଟିଏ କରୋନା ଭ୍ୟାକସିନ୍‌ ବିକଶିତ କରିଛନ୍ତି । ଚୀନର ୧୦ ଲକ୍ଷ ଲୋକଙ୍କୁ କରୋନା ଭ୍ୟାକସିନ୍‌ ଦିଆଯାଇଥିବା ସିନୋଫାର୍ମ ଦାବି କରିଥିବା ବେଳେ ଭ୍ୟାକସିନ୍‌ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ହୋଇଛି କି ନାହିଁ ଜଣାନାହିଁ । ତେବେ କିମ୍‌ଙ୍କୁ ପରୀକ୍ଷଣରତ କରୋନା ଭ୍ୟାକ୍ସିନ ଦିଆଯାଇଛି ବୋଲି କୁହାଯାଉଛି ।
ଅନ୍ୟପଟେ ଯଦି ଚୀନରେ କୌଣସି ଭ୍ୟାକସିନ୍‌କୁ ଅନୁମତି ମିଳିସାରିଛି କି;ୁ ଏଯାଏ କୌଣସି ଡ୍ରଗ ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ ବୋଲି କିମ୍‌ ଭଲ ଭାବେ ଜାଣିଛନ୍ତି । ଏଭଳି ପରିସ୍ଥିତିରେ କିମ୍‌ କରୋନା ଭ୍ୟାକସିନ୍‌ ନେଇନଥିବେ ବୋଲି ନର୍ଥ କୋରିଆରୁ ସାଉଥ୍‌ କୋରିଆ ଚାଲିଆସିଥିବା ଜଣେ ବିଶେଷଜ୍ଞ ଚୋଇ ଜୁଙ୍ଗ ହୁନ୍‌ କହିଛନ୍ତି ।
ଉତ୍ତର କୋରିଆରେ କରୋନା ସଂକ୍ରମଣ ସମ୍ପର୍କରେ ସରକାର ବିଶ୍ୱକୁ ସୂଚନା ଦେଉନଥିବା ବେଳେ ଦେଶରେ କି;ୁ କରୋନା ମହାମାରୀ ବ୍ୟାପକ ପ୍ରଭାବ ପକାଇଛି । ଲୋକଙ୍କ ପାଖରୁ ଲୋକଙ୍କୁ ସଂକ୍ରମଣ ବ୍ୟାପୁଛି । ଏପରିକି ମହାମାରୀ ପ୍ରଭାବ ଦେଶର ଆର୍ଥିକ ଗତି ବିଧି ଉପରେ ପଡ଼ିଥିବା ନେଇ ଦକ୍ଷିଣ କୋରିଆ ଜାତୀୟ ଗୁଇନ୍ଦା ସେବା ପକ୍ଷରୁ ସୂଚନା ମିଳିଛି ।
ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣର ପ୍ରକୋପ ସମ୍ପର୍କରେ ସୂଚନା ନଥିବା ବେଳେ ଉତ୍ତର କୋରିଆର ହ୍ୟାକିଂ ଗ୍ରୁପ୍‌ ବିଭିନ୍ନ ଦେଶର ଭ୍ୟାକ୍ସିନ୍‌ ବିକଶିତ କମ୍ପାନୀର ଡାଟା ଚୋରି କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଥିଲା । ‘ରିଉଟର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ହ୍ୟାକିଂ ଗ୍ରୁପ୍‌ ଇଂଲଣ୍ଡ କରୋନା ଭ୍ୟାକ୍ସିନ ନିର୍ମାତା ଆଷ୍ଟ୍ରାଜେନିକା ଉପରେ ମଧ୍ୟ ଆକ୍ରମଣ କରିଥିଲା । ଏପରିକି ଦକ୍ଷିଣ କୋରିଆର ଭ୍ୟାକସିନ୍‌ ଡାଟା ଚୋରି କରିବାକୁ ଚେଷ୍ଟା କରିଥିଲା ଉତ୍ତର କୋରିଆ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଦିତ୍ୟଙ୍କ ବିବାହ

ଆଦିତ୍ୟଙ୍କ ବିବାହ

Read More...

ହରିଦ୍ୱାରରେ ଭୂକମ୍ପ ଝଟ୍‌କା

ହରିଦ୍ୱାରରେ ଭୂକମ୍ପ ଝଟ୍‌କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page