ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । କିଛି ସମୟ ଯାଏଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା । ଯାହାଫଳରେ ବହୁ ସମୟ ଯାଏଁ ରାସ୍ତାରେ ଯାତାୟାତ ଠପ୍ ହୋଇ ଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକଫର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ ହୋଇଛି ।
ଉତ୍ତରାଖଣ୍ଡରେ ଗତ କିଛି ଦିନ ହେଲା ଭୂକମ୍ପ ମାମଲା ବୃଦ୍ଧି ପାଇଛି । ଗତ ନଭେମ୍ବର ମାସରେ ଏକ ରିପୋର୍ଟ ଆସିଥିଲା । ଉତ୍ତରାଖଣ୍ଡରେ ବଡ ଭୂକମ୍ପ ବିପଦ ରହିଛି । ବୈଜ୍ଞାନିକ ଚେତାବନୀ ଜାରି କରିଥିଲେଛ ୱାଡିୟା ଇନଷ୍ଟିଚ୍ୟୁଟ ଅଫ ହିମାଲୟନ ଜିୟୋଲୋଜିର ବୈଜ୍ଞାନିକଙ୍କ ଅନୁସାରେ ଉତ୍ତରାଖଣ୍ଡ ଧାରଚୁଲାକୁ ଚୀନ ସୀମା ସ୍ଥିତ ଲିପୁଲେଖ ସହ ସଂଯୋଜିତ କରୁଥିବା ନୂଆ କୈଳାସ ମାନସରୋବର ସଡକରୁ ପାଖାପାଖି ୪୫ କିଲୋମିଟର ଦୂର ପୃଥିବୀପୃଷ୍ଟର ନିମ୍ନ ଭାଗରେ ବଡ ଗତିବିଧି ହେଉଛି ।