ପରୀ ହତ୍ୟା ମାମଲା: ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ

December 04, 2020, ଓଡ଼ିଶା, , Anupambharat News Bureau


ପରୀ ହତ୍ୟା ମାମଲା:  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ
Anupambharat News Bureau
December 04, 2020


ଭୁବନେଶ୍ୱର, ୪ା୧୨ (ଅନୁପମ ମିଡିଆ): ନୟାଗଡର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଓ ଏସ୍‌.ପିଙ୍କୁ ସମନ ଜାରି କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) । ଏହି ମାମଲାରେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମନ ନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟ୍ୱିଟ୍‌ କରିଛନ୍ତି । ସୂଚନା ଯେ, ୪ ମାସ ପୂର୍ବେ ନୟାଗଡର ଯଦୁପୁରର ୫ ବର୍ଷର ଶିଶୁ କନ୍ୟା ପରୀ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କରି ଥାନାରେ ଏତଲା ଦେଇଥିଲେ । ଘଟଣାର କିଛିଦିନ ପରେ ତା’ର ଗଳିତ ମୃତଦେହକୁ ଘର ପଛପଟେ ଏକ ଅଖାବସ୍ତାରେ ବନ୍ଧା ଅବସ୍ଥାରେ ମିଳିଥିଲା । ଏ ନେଇ ପରିବାର ଲୋକେ ପୁଲିସକୁ ଜଣାଇବା ସହ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ପରୀର ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଆତ୍ମାହୁତି ଉଦ୍ୟମ କରିବା ଏବଂ ମାମଲାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନାମ ଯୋଡ଼ିହେବା ପରେ ଘଟଣାକୁ ଗୁରୁତର ସହ ବିରୋଧୀ ଦଳ ଗ୍ରହଣ କରିଥିଲେ । ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଘୋଷଣା କରିଥିଲେ । ମାତ୍ର ବିରୋଧୀ ଦଳ ପକ୍ଷରୁ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

Read More...

ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା

ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page