ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

December 04, 2020, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌
Anupambharat News Bureau
December 04, 2020

ନୂଆଦିଲ୍ଲୀ:ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ନାଡର ମାଲ୍‌ହୋତ୍ରା ଓ କିରୋନ୍‌ ମଞ୍ଜୁଦାର ଶାହା ରହିଛନ୍ତି । ରୋସନି ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାର୍‌ମ୍ୟାନ୍‌ ହୋଇଛନ୍ତି । ଭାରତର ଧନୀ ମହିଳା ତାଲିକାରେ ରୋସନି ଶୀର୍ଷରେ ରହିଛନ୍ତି । ତାଙ୍କ ଆୟ ୫୪,୮୦୦ କୋଟି ହୋଇଥିବା ହୁରୁନ୍‌ ଇଣ୍ଡିଆ ଓ କୋଟାକ େୱଲଥ୍‌ ମ୍ୟାନେଜ୍‌ମେଣ୍ଟ କୋଟାକ୍‌ େୱଲଥ୍‌ ହୁରୁନ୍‌ ରହିଛି । ସେ ମହିଳା ଧନୀ ହୋଇଥିବା ରିପୋର୍ଟରେ କୁହାଯାଇଛି । ତାଲିକାରେ ଅବସ୍ଥାପିତ ମହିଳାଙ୍କ ଆୟ ସେପେଫମ୍ବର ୩୦,୨୦୨୦ ହୋଇଛି । ୨୦୨୦ ସଂସ୍କରରଣ ରିପୋର୍ଟରେ ଗୁରୁତ୍ୱ ଦେବା ସହ ମହିଳା ଜଣକସକ୍ରୀୟ ଭାବେ ନିଜର ପରିବାର ବ୍ୟବସାୟ,ଉଦ୍ୟୋଗୀ ଓ ପ୍ରଫେସନାଲ୍‌ ରୂପେ କାର୍ଯ୍ୟ କରିଛନ୍ତି । ଭାରତର ଟପ୍‌-୧୦ ଧନୀ ମହିଳା ବ୍ୟବସାୟଙ୍କ ଉପରେ ନିମ୍ନରେ ଉଲ୍ଲେଖ ହୋଇଛି । ୧.ରୋସନି ନାଡର ମାଲ୍‌ହୋତ୍ରା:ରୋସନି ନାଡର ମାଲ୍‌ହୋତ୍ରା ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଓ ବିଲିୟାନାରୀ ଉଦ୍ୟୋଗୀ ଶିବ ନାଡର । ଚଳିତବର୍ଷ ଜୁଲାଇରେ ଏଚ୍‌ସିଏଲ୍‌ ଚେୟାର୍‌ମ୍ୟାନ୍‌ ଭାବେ ନିର୍ବାଚିତ ହୋଇଥିଲେ । ଧନୀ ମହିଳା ୨୦୨୦ ତାଲିକାରେ ସବୁଠାରୁ ସଫଳ ମହିଳାଙ୍କ ସମୁଦାୟ ୫୪,୮୫୦ କୋଟି ହୋଇଛି । ସେ ଏଚ୍‌ସିଏଲ୍‌ କର୍ପୋରେସନ୍‌ ସିଇଓ ଓ କାର୍ଯ୍ୟନିର୍ବାହୀ ଡାଇରେକଫର ଭାବେ କମ୍ପାନୀ ନିୟନ୍ତ୍ରଣ ଏଚ୍‌ସିଏଲ୍‌ ଟେକ୍‌ ଓ ଏଚ୍‌ସିଏଲ୍‌ ଇନ୍‌ଫୋସିଷ୍ଟମ୍‌ ରହିଛି । କମୁ୍ୟନିକେସନ୍‌ ଶିକ୍ଷାରେ ରୋସନି ନର୍ଥେୱଷ୍ଟନ୍‌ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଲାଭ କରିଛନ୍ତି । ଏମ୍‌ବିଏ ଶିକ୍ଷା କିଲୋଗ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ । ଏଚ୍‌ସିଏଲ ଯୋଗ ଦେଇଥିଲେ । ସେ ପୂର୍ବରୁ ସ୍କାଏ ନୁ୍ୟଜ୍‌ ଏବଂ ସିଏନ୍‌ଏନ୍‌ ଆମେରିକା କାର୍ଯ୍ୟ କରିଥିଲେ ।
୨.କିରୋନ୍‌ ମଞ୍ଜୁଦାର୍‌ ଶାହା:କିରୋନ୍‌ ମଞ୍ଜୁଦାର୍‌ ସାହା ବାଙ୍ଗାଲୁରୁ ଅବସ୍ଥାପିତ ବାୟୋ ଫାର୍ମାସୁ୍ୟଟିକାଲ୍‌ କମ୍ପାନୀ ବାୟୋକୋନ୍‌ ପ୍ରତିଷ୍ଠାତା ଓ ପରିଚାଳନା ମହାନିର୍ଦ୍ଦେଶ ରହିଛନ୍ତି । ଗଣମାଧ୍ୟମ ରିପୋର୍ଟରେ ଧନୀ ଆକଳନ ମଧ୍ୟରେ ୩୬ ହଜାର କୋଟି ରହିଛି । ସେ ଇନ୍‌ଫୋସିସ୍‌ ବୋର୍ଡରେ ରହିଥିଲେ । ଶାହା ପ୍ରଥମ ମହିଳା ବ୍ୟବସାୟୀ ଭାବେ ଭାରତରେ ବେଶ୍‌ ସଫଳ ହୋଇଛନ୍ତି ।
୩.ଲିନା ଗାନ୍ଧୀ ତିୱାରୀ: ଲିନା ଗାନ୍ଧୀ ତିୱାରୀ ମୁମ୍ବାଇ ଅବସ୍ଥାପିତ ଫାର୍ମାସୁ୍ୟଟିକାଲ୍‌ ଏବଂ ବାୟୋଟୋକ୍ନୋଲୋଜି କମ୍ପାନୀର ଚେୟାର୍‌ମ୍ୟାନ୍‌ ରହିଛନ୍ତି । ତାଙ୍କ ଆୟର ପରିମାଣ ୨୧,୩୪୦ କୋଟି ଆକଳନ ହୋଇଛି । ୧୯୬୧ ତାଙ୍କ ଜେଜେବାପା ବିତଲ୍‌ ଗାନ୍ଧୀ ସହଭାଗିତା ରେଭଲୋନ୍‌ ସହ କରି ପ୍ରତିଷ୍ଠା କରିଥିଲେ । ଘରୋଇ ବଜାରରେ ୮୦ ପ୍ରତିଶତ ରାଜସ୍ୱ ହାସଲ ହୋଇଛି ।
୪.ନିଲୀମା ମୋଟାପାର୍ଟି: ନିଲୀମା ମୋଟାପାର୍ଟି ବ୍ୟବସାୟୀ ଫାର୍ମା କମ୍ପାନୀ ଡେଭିସ୍‌ ଲାଇବ୍ରୋଟୋରୀ ମହାନିର୍ଦ୍ଦେଶ ରହିଛନ୍ତି । ସେ ୧୮,୬୨୦ କୋଟି ଆୟ କରିିଥିବା ରିପୋର୍ଟରେ କୁହାଯାଇଛି । ମୋଟାପାର୍ଟି ଡେଭିସ୍‌ ଲାବ ୨୦୧୨ରେ ଯୋଗ ଦେଇଥିଲେ । ଗତ ପାଞ୍ଚବର୍ଷର ଅର୍ନ୍ତଜାତୀୟ ଅଭିଜ୍ଞତା ଆବଶ୍ୟକ ଯୋଜନା ଓ ଫାଇନାନ୍ସ ହୋଇଛି ।
୫.ରାଧା ବେମ୍ବୁ: ରାଧା ବେମ୍ବୁ ହେଉଛନ୍ତି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ବେମ୍ବୁଙ୍କ ଭଉଣୀ । ପ୍ରମୁଖ ଅଂଶଧନ ଗୁଡିକ ଚେନ୍ନାଇ ମୁଖ୍ୟାଳ ୟ ଜୋହୋ କର୍ପୋରେସନ୍‌ ସଫଫେୱର୍‌ ଡେବ୍‌ଲାପ୍‌ମେଣ୍ଟ କମ୍ପାନୀ ରହିଛି । ତାଙ୍କ ଆୟ ୧୧,୫୯୦ କୋଟି ଆକଳନ ହୋଇଛି ।
୬.ଜୟଶ୍ରୀ ଉଲା: ଜୟଶ୍ରୀ ଉଲା ହେଉଛନ୍ତି କ୍ଳାଇଡ୍‌ ନେଟ୍‌ୱାର୍କିଂ କମ୍ପାନୀ ଆରିଷ୍ଟା ନେଟ୍‌ୱାର୍କ ସିଇଓ ରହିଛନ୍ତି । ବର୍ତ୍ତମାନ ତାଙ୍କ ଆୟ ୧୬ ବିଲିୟନ୍‌ ରହିଛି । ପ୍ରକାଶଥାଉକି ରିପୋର୍ଟରେ ସେ ୧୦,୨୨୦କୋଟି ଆୟ କରିଥିଲେ । ଆରିଷ୍ଟାରେ ଜଣେ ବରିଷ୍ଠ ଉପସଭାପତି ସିସ୍କୋ ଦାୟିତ୍ୱ ରହିବା ସହ ୧୦ ବିଲିୟନ୍‌ ବ୍ୟବସାୟ ରହିଛି । ୭.ରେଣୁ ମୁନ୍‌ଜାଲ୍‌:ରେଣୁ ମୁନ୍‌ଜାଲ୍‌ ହେଉଛନ୍ତି ହିରୋ ମୋଟକର୍ପୋ ପୂର୍ବତନ କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶ ରହିଥିଲେ । ହିରୋ ଫିନ୍‌ କର୍ପୋରେସନରେ ବର୍ତ୍ତମାନ ପରିଚାଳନା ଡାଇରେକଫର ର ହିଛନ୍ତି । ସେ ରମନ୍‌ ମୁନ୍‌ଜାଲ୍‌ଙ୍କ ସ୍ତ୍ରୀ ହେବା ସହ ତାଙ୍କ ଆୟ ୮,୬୯୦ କୋଟି ଆକଳନ ହୋଇଛି ।
୮.ମଲିକା ଚିରାୟୁ ଅମିନ୍‌: ମଲିକା ଚିରାୟୁ ଅମିନ୍‌ ବରୋଦା ଅବସ୍ଥାପିତ ଲିମ୍‌ବିକ୍‌ ଫାର୍ମାସୁ୍ୟଟିକାଲ୍‌ର ପରିଚାଳନା ମହାନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି । ତାଙ୍କ ଆୟ ୭,୫୭୦ କୋଟି ରହିଥିବା ରିପୋର୍ଟରେ କୁହାଯାଇଛି ।
୯.ଅନୁ ଗା ଓ ମେହର ପୁଡୁମ୍‌ଜୀ: ଅନୁ ଗା ପୁନେ ଅବସ୍ଥାପିତ ଇଞ୍ଜିନିୟରିଂ କମ୍ପାନୀ ଥେରମାକ୍ସ ପୂର୍ବତନ ଚେୟାର୍‌ମ୍ୟାନ୍‌ ରହିଛନ୍ତି । ସେ କମ୍ପାନୀରେ ୧୯୯୬ ରୁ ୨୦୦୪ ପର୍ଯ୍ୟନ୍ତ କମ୍ପାନୀ ଦାୟିତ୍ୱ ତୁଲାଇଥିବାବେଳେ ଝିଅ ମେହର୍‌ ପୁଡୁମ୍‌ଜୀ । ତାଙ୍କ ଆୟ ୫,୮୫୦ କୋଟି ଆକଳନ ହୋଇଥିବା ରିପୋର୍ଟରେ କୁହାଯାଇଛି ।
୧୦.ଫାଲଗୁନି ନାୟର୍‌ ଓ ପରିବାର :ପାଲଗୁନି ନାୟର୍‌ ହେଉଛନ୍ତି ନାୟକ୍‌ ପ୍ରତିଷ୍ଠା ଓ ସିଇଓ ହୋଇଛନ୍ତି । ଅନ୍‌ଲାଇନ୍‌ ଷ୍ଟୋର୍‌ କସ୍‌ମେଟିକ୍‌ ଏବଂ ବୁ୍ୟଉଟି ଉତ୍ପାଦ ହୋଇଛି । ଏପି୍ରଲ୍‌ ୨୦୨୦ ନାୟକ ୟୁନିକନ୍‌ କ୍ଳବ୍‌ ପ୍ରବେଶ ଏବଂ ମୁମ୍ବାଇ ଅବସ୍ଥାପିତ ଖୁଚୁରା ଭେଲୁ୍ୟ ୧.୨ ବିଲିୟନ୍‌ ଆମେରିକା ଡଲାର ରହିଛି । ତାଙ୍କ ଆୟ ୫,୪୧୦ କୋଟି ହୋଇଥିବା ରିପୋର୍ଟରେ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ

ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ

Read More...

ପରୀ ହତ୍ୟା ମାମଲା:  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ

ପରୀ ହତ୍ୟା ମାମଲା: ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page