ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

December 11, 2020, ଦେଶ, , Anupambharat News Bureau


ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ
Anupambharat News Bureau
December 11, 2020


ମୁମ୍ବାଇ: ହୃଦ୍‌ଘାତର ଶିକାର ହେଲେ କୋରିଓଗ୍ରାଫର୍‌ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି । ଆଗାମୀ ୨୪ ଘଣ୍ଟା ରେମୋଙ୍କ ଜୀବନ ଓ ମରଣକୁ ନିର୍ଦ୍ଧାରଣ କରିବ । କୋରିଓଗ୍ରାଫିରୁ କ୍ୟାରିୟର ଆରମ୍ଭ କରିଥିବା ରେମୋ ନିର୍ଦ୍ଦେଶନାରେ ବି ସଫଳ ହୋଇପାରିଥିଲେ । ଷ୍ଟ୍ରିଟ୍‌ ଡାନ୍ସର, ଏବିସିଡି ଓ ଏ ଫ୍ଲାଇଂ ଜଟ୍ଟ ଭଳି ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ । ଫିଲ୍ମ ଦୁନିଆ ଛଡା ରେମୋ ଛୋଟ ପରଦାରେ ବି ସକ୍ରିୟ ଥିଲେ । ଡାନ୍ସ ଇଣ୍ଡିଆ ଡାନ୍ସ, ଡାନ୍ସ ପଲ୍ସ ଓ ଝଲକ ଦିଖଲାଜା ଭଳି ସୋରେ ସେ ଜଜ୍‌ ଭାବେ ନଜର ଆସିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

Read More...

ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ

ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page