ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !

December 11, 2020, ଦେଶ, , Anupambharat News Bureau


ମମତାଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ସୀମା ଟପ;ୁ ନାହିଁ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ !
Anupambharat News Bureau
December 11, 2020


ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୀତି ବିସ୍ପୋଟକ ରୂପ ନେଇଛି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzାଙ୍କ ଗାଡି ଉପରକୁ ପଥର ମାଡ ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତିା ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ଚରମବାଣୀ ଶୁଣାଇ କହିଛନ୍ତି, ସମ୍ବିଧାନର ସୀମା ନ ଟପ;ୁ ମମତାା ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି । ପଶ୍ଚିମବଙ୍ଗରେ ରାଜନୀତି ସରଗରମ । ଘନେଇବାରେ ଲାଗିଛି ବିଜେପି ସଭାପତି ଜେପି ନzାଙ୍କ ଗାଡ଼ି ଉପରକୁ ପଥର ମାଡ଼ ଘଟଣା । ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଗୃହ ମନ୍ତ୍ରଣାଳୟକୁ ରାଜ୍ୟପାଳ ଜଗଦୀପ ଧନକଡ଼ ରିପୋର୍ଟ ଦେଇଛନ୍ତି । କେବଳ ରିପୋର୍ଟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟ ପୋଲିସ କଣ ରାଜନୈତିକ ପୋଲିସ ହୋଇଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଅଲଟିମେଟମ୍‌ ଦେଇ ରାଜ୍ୟପାଳ କହିଛନ୍ତି ମମତା ସମ୍ବିଧାନର ସୀମା ଭିତରେ ରହି କାମ କର;ୁ, ନିଆଁ ସହ ନଖେଳ;ୁ । ରାଜ୍ୟପାଳ ଜଗଦୀପ ଧନଖଡ୍‌ ପରୋକ୍ଷରେ ରାଷ୍ଟ୍ରପତି ଶାସନର ଚେତାବନୀ ଦେଇ କହିଛନ୍ତି ସମ୍ବିଧାନର ପାଳନ ନହେଲେ ତାଙ୍କ ଭୂମିକା ଆରମ୍ଭ ହୋଇଯିବ ବୋଲି କହିଛନ୍ତି ।
ପଶ୍ଚିମବଙ୍ଗ ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ରାଜ୍ୟରେ ରାଜନୈତିକ ହିଂସା ରୋକିବାରେ କି ପଦକ୍ଷେପ ନେଇ । ଜଣାଇବାକୁ କୁହାଯାଇଛି । ସେପଟେ ରାଜ୍ୟପାଳଙ୍କ ରିପୋର୍ଟ ପାଇବା ପରେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହ ମନ୍ତ୍ରୀ ଅମିି ଶାହାଛ ଗୃହ ମନ୍ତ୍ରୀ ୧୯ ଓ ୨୦ ତାରିଖରେ ପଶ୍ଚିମବଙ୍ଗ ଯିବେ । ଏହାକୁ ନେଇ ବିଜେପି ଓ ଟିଏମସି ନେତାଙ୍କ ମଧ୍ୟରେ ବୟାନବାଜି ଜୋର ଧରିଛି । ଦିଲ୍ଲୀରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଆସୁଛି । ତେଣୁ ରାଜନୈତିକ ହିଂସା ରୋକିବାରେ ଯଦି ଠୋସ ପଦକ୍ଷେପ ନିଆ ନଯାଏ ତେବେ ଏହା ସଂଘର୍ଷ ରୂପ ନେବା ଆଶଙ୍କା ସୃଷ୍ଟି କଲାଣି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ

ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ

Read More...

ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

ରେମୋ ଡି’ ସୁଜାଙ୍କୁ ହୃଦ୍‌ଘାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page