ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ

December 14, 2020, ଦେଶ, , Anupambharat News Bureau


ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜରିୱାଲ
Anupambharat News Bureau
December 14, 2020


ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ୧୯ ଦିନରେ ଆନ୍ଦୋଳନ ପହଞ୍ଚିଛି । ଆଜି ଅନଶନରେ ବସିଛନ୍ତି ଚାଷୀ । ହେଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ଯାହାକି ପୁଣି ଚାଷୀ ଆନ୍ଦୋଳନ ପଛରେ ରାଜନୀତିକ କେଁକୁ ପଦାରେ ପକାଇଛି ।
ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ମୁଁ ଆରମ୍ଭରୁ ଚାଷୀଙ୍କ ସହିତ ରହିଛି । ଦିଲ୍ଲୀ ଷ୍ଟାଡିୟମକୁ ଜେଲରେ ପରିଣତ କରିବା ପାଇଁ କେନ୍ଦ୍ର ଅନୁମତି ମାଗିଥିଲା । ହେଲେ ସେ ଏହାକୁ ବିରୋଧ କରି ଅନୁମତି ଦେଇ ନାହାନ୍ତି ବୋଲି କହିଛନ୍ତି । ସେ ଚାଷୀଙ୍କ ସେବାଦାର ହୋଇ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି । ତେବେ କଂଗ୍ରେସ ନେତା ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଏହି ଅବସରରେ ସିଧା ଟାର୍ଗେଟ କରିଛନ୍ତି । ପୁଅକୁ ଇଡି ମାମଲାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସହିତ ଅମରିନ୍ଦର ସେଟିଂ କରିଛନ୍ତି । ଏଭଳି କରି ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।
ଉଲ୍ଲେଖଥାଉକି, କେନ୍ଦ୍ରର ଶାସକ ଦଳ ବିଜେପିର ବିଚାରଧାରା ଗୁରୁ ଆରଏସଏସ । ଏହି ସଂଗଠନ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ମଧ୍ୟ କୃଷି ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଆଇନରେ ସଂଶୋଧନ ପାଇଁ ରବିବାର ସେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି । ଏଥିସହ ସରକାରଙ୍କ ଉତ୍ତମ ଭଲ ବୋଲି ଅପରପକ୍ଷରେ କହିଛି ସ୍ୱଦେଶୀ ଜାଗରଣ ମଞ୍ଚ ।
ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରସ୍ତାବ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସୁନିଶ୍ଚିତ କରାଯିବା ଦରକାର । ନହେଲେ ଏମଏସପିଠୁ କମ୍‌ ଦାମରେ ଚାଷୀଙ୍କଠୁ କେହି କିଣି ପାରିବେ ନାହିଁ । ଯଦି କେହି ଏଭଳି କରେ ତାହାକୁ ବେଆଇନ ଘୋଷଣା କରାଯିବା ଉଚିତ । କେବଳ ସରକାର ନୁହେଁ ବେସରକାରୀ କମ୍ପାନୀଗୁଡିକ ମଧ୍ୟ ଏମଏସପି ତୁଳନାରେ କମ୍‌ ଦାମରେ କିଣିବା ଦରକାର । ଦିଲ୍ଲୀରେ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ମଧ୍ୟ ସରକାରଙ୍କ ନିକଟକୁ ସମାନ ଦାବି କରିଛନ୍ତି ।
ଏସଜେଏମ ପୂର୍ବରୁ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିଥିଲା । ହେଲେ କୃଷି ଆଇନକୁ କରିବାକୁ ଦାବି କରିନି ସ୍ୱଦେଶୀ ମଞ୍ଚ । ସୂଚନାଯୋଗ୍ୟ, ଆଜି ୧୯ ଦିନରେ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି । ନୂଆ କୃଷି ଆଇନ ଚାଷୀ ବିରୋଧୀ ବୋଲି ସେମାନେ ଦାବି କରିଛନ୍ତି । ମୁଖ୍ୟତଃ ପଞ୍ଜାବ ଏବଂ ହରିଆଣାର ଚାଷୀମାନେ ଏହି ନୂଆ କୃଷି ନିୟମକୁ ବିରୋଧ କରୁଛନ୍ତି । କୃଷକମାନେ କହିଛନ୍ତି ଯେ ସରକାର ଏମଏସପି ଓ ମଣ୍ଡି ବ୍ୟବସ୍ଥାକୁ ରଦ୍ଦ କରିବାକୁ ଚାହୁଁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା

ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷଙ୍କୁ ଟିକା

Read More...

କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି

କରୋନା ଯୋଗୁଁ ଇାସ୍ରୋର ବ୍ୟାପକ କ୍ଷତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page